Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ଭୁବନେଶ୍ୱର ଆଇ ବି ଏମ ପକ୍ଷରୁ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଭୁବନେଶ୍ୱର ରୁ ଆସିଥିବା ମାଷ୍ଟରଟ୍ରେନର ସୁଦିପ୍ତ କୁମାର ସାହୁ ୩ ଘଣ୍ଟାର ଏକ ସେସନ୍ ମୋବାଇଲ୍ ବିଏସ୍ଏନ୍ଏଲ୍ ଫ୍ରି ୱାଇଫାଇ ଓ ସ୍ଲାଇଡ୍ ପ୍ରୋଜେକ୍ଟର ମାଧ୍ଯମରେ ତାଲିମ୍ ପ୍ରଦାନ କରି ଶେଷରେ ପରୀକ୍ଷା କରି ଡିଜିଟାଲ୍ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l ଏଥିରେ ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ କୁମାର ନାୟକ, ଆଇକ୍ୱୁଏସି ସଂଯୋଜକ ହିମାଂଶୁ ଚରଣ ସାହୁ, କାହ୍ନୁ ଚରଣ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ତାପସ ବାରିକ ଧନ୍ଯବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ