ଷଣ୍ଢପଥର ଏସ.ଏସ.ଡି ଆଶ୍ରମ ଉଚ୍ଚ ବିଦ୍ୟାଳୟ ରୁ ନବମ ଶ୍ରେଣୀ ଛାତ୍ର ରୋହିତ ମୁଣ୍ଡା ନିଖୋଜ; ଜମନକିରା ଥାନାରେ ଏତଲା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଷଣ୍ଢପଥର ଏସଏସଡି ସରକାରୀ ହାଇସ୍କୁଲ (ଆଶ୍ରମ ସ୍କୁଲ) ହଷ୍ଟେଲରୁ ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ହୋଇ ଯାଇଥିବା ଭଳି ଏକ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନିଖୋଜ ଛାତ୍ରଜଣଙ୍କ ନାମ ରୋହିତ ମୁଣ୍ଡା (୧୫) ୯ମ ଶ୍ରେଣୀର ଛାତ୍ର। ସେ ଅଇଁଠାପାଲି ଥାନା ଅନ୍ତର୍ଗତ ମେଲଚ୍ଛାମୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ସେ ଚଳିତ ବର୍ଷ ଷଣ୍ଢପଥର ସ୍କୁଲରେ ନାମ ଲେଖାଇ ହଷ୍ଟେଲ ରେ ଅବସ୍ଥାନ କରୁଥିଲା। ଆଜି ସକାଳ ୫ଟାରୁ ସେ ନିଖୋଜ ରହିଛି। ୧୫ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ସନ୍ଧାନ ମିଳି ପାରିନାହିଁ।
ମିଳିଥିବା ସୂଚନା ଅନୁସାରେ, ରୋହିତ ଆଜି ସକାଳ ପ୍ରାୟ ୫ଟା ସମୟରୁ ହଷ୍ଟେଲରୁ କୁଆଡ଼େ ଚାଲିଯାଇଛନ୍ତି। ଘଟଣାକୁ ୧୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷକମାନେ ନିଜ ସ୍ତରରେ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ନପାଇବାରୁ ଶେଷରେ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ପୁଅର ନିଖୋଜ ଖବର ପାଇ ରୋହିତଙ୍କ ମାତା-ପିତା ମଧ୍ୟ ଜମନକିରା ଥାନାରେ ପହଞ୍ଚି ନିଖୋଜ ବାବଦରେ ଜେଣେଇଛନ୍ତି। ଏନେଇ ଜମନକିରା ଥାନା ଅଧିକାରୀ ରଞ୍ଜନ ନାଗ ସୂଚନା ଦେଇଛନ୍ତି। ଅଭିଯୋଗ ପାଇବା ପରେ ଜମନକିରା ପୋଲିସ ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ପୋଲିସ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ନିଖୋଜ ବାଳକ ରୋହିତ ମୁଣ୍ଡା(୧୫)ଙ୍କ ସମ୍ପର୍କରେ କୌଣସି ଖବର କିମ୍ବା ସନ୍ଧାନ ପାଆନ୍ତି, ତେବେ ତୁରନ୍ତ ନିମ୍ନଲିଖିତ ନମ୍ବର ଗୁଡ଼ିକରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ମୋବାଇଲ୍ ନମ୍ବର ଗୁଡ଼ିକ ହେଲା: 9668639444/ 9656292196 /6370368674

