Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାହାନଗା ରେଲ ଦୁର୍ଘଟଣା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ବାଲେଶ୍ଵରର ବାହାନଗା ଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମାର ସତଗତି ପାଇଁ ଆଜି ସମ୍ବଲପୁର ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଜେଡ଼ି ସମ୍ବଲପୁର ମହାନଗର ତରଫରୁ ସଭାପତି ପ୍ରଫୁଲ କୁମାର ଦାଶ ଙ୍କ ନେତୃତ୍ୱରେ ମା ସମଲେଶ୍ବରୀ ମନ୍ଦିର ଠାରେ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଦିଆଗଲା !ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସଞ୍ଜୟ କୁମାର ବାବୁ-ବିଜେଡି ରାଜ୍ୟ ମୁଖପାତ୍ର ତଥା ଓଡିଶା ସରକାରଙ୍କ କାଳିଆ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା,ବରିଷ୍ଠ ଆଇନଜୀବୀ-ଅଶୋକ ସେନାପତି,ଚିତ୍ତରଞ୍ଜନ ପଣ୍ଡା, ଅଶୋକ ଅଗ୍ରୱାଲ, ବରିଷ୍ଠ ନେତା ସତ୍ୟେନ୍ଦ୍ର ଦାସ,ଜିଲ୍ଲା ସମ୍ପାଦକ-ଆର.ଏ.ଶିବ କୁମାର,ବିଜୁ ସ୍ମୃତି କମିଟି ଆଭାହକ- ପ୍ରଶାନ୍ତ ଥାପା,ବିଜୁ ସ୍ମୃତି କମିଟି ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ,ଜୟକୃଷ୍ଣ ବେହେରା,ରାଜ୍ୟସଭା ସାଂସଦ ପ୍ରତିନିଧି- ଅନୀଲ ପାଣିଗ୍ରାହୀ,ଶେଷଦେଵ ମହାକୁଡ଼, ଶେଷଦେଵ ଗୁରୁ, ପପ୍ପୁ ସ୍ୱାଇଁ,ହରିହର ପାଣି, ବାଦଲ ବନିକ,ଅରକ୍ଷିତ ବେହେରା, ବିକ୍ରମ ରଞ୍ଜିତ,ବିକାଶ ଜଗର, ଅଶୋକ ମିଶ୍ର ପ୍ରମୁଖ ଅନେକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଆଜି ପ୍ରୋଗ୍ରେସିଭ୍ ଜି ଏମ ୟୁ ପକ୍ଷରୁ ମୃତାହତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କ୍ୟାଣ୍ଡଲ ଜଳାଇ ଅମର ଆତ୍ମା ର ସତାଗତି କାମନା କରାଯାଇଥିଲା।
ଏହି ଶୋକ ସଭାରେ ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ସଂଜିତ ମହାନ୍ତି, କେନ୍ଦୁପତ୍ର କର୍ମଚାରୀ ସଂଘ ଉପ ସଭାପତି ଗୋକୁଳ ମେହେର, ସୁମିତ ପଟେଲ, ଦେବ ଜ୍ୟୋତି ପଟ୍ଟନାୟକ, ଚୁମନ ପ୍ରଧାନ, ନିଖିଲ ବାବୁ, ଅରୁଣ ନାୟକ, ସ୍ୱରୂପା ସର୍, ସୀମା ପଟେଲ, ତରୁଣ ପଟେଲ, ପ୍ରଥମ ଶର୍ମା, ମହମ୍ମଦ ସହିଦ, ସୁନୀଲ ବାଦି ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଟିମ ସିଦ୍ଧୁ ସାହା ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଗୋଲବଜାର ଠାରେ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ -ବିଜେଡି ଜିଲ୍ଲା ପୂର୍ବତନ ସଂଖ୍ୟାଲଘୁ ସଭାପତି-ଜୋଫର ଅଲ୍ଲୀ ଖାନ,ବିଜେଡି ବରିଷ୍ଠ ନେତା ସତ୍ୟେନ୍ଦ୍ର ଦାସ,ବିଜୁ ସ୍ମୃତି କମିଟି ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ,ଭଗତ ଭାଇ, ଅନୀଲ ପାଣିଗ୍ରାହୀ,ସୌରଭ, ରୋହିତ, କୀର୍ତ୍ତନ, ଗଣେଶ, ଇନ୍ଦ୍ର, ଧିରଜ, ଦୁର୍ଜେ, ଅଭିନାଶ, ଅନାମୀ, ସୈନିକ, କିଷାନ, ଶତ୍ରୁଘନ, ଉତ୍ତମ, ଭିରେନ, କୁନୁ, ରାହୁଲ, ବିକି, ବାବୁଲୁ ପ୍ରମୁଖ ଅନେକ କର୍ମୀ ଉପସ୍ଥିତ ରହିଥିଲେ ।