Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଟଣାଗଡ଼: ଧୁମାଭଟାରେ ବିସ୍ଥାପିତ ପରିବାର ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଲୁଟ୍ ।

ବଲାଙ୍ଗୀର,୯।୮: ବେଲପଡ଼ା ଥାନା ଅନ୍ତର୍ଗତ ଧୁମାଭଟା ପଞ୍ଚାୟତର କରକଚିଆ ଛକରେ ଦିନ ଦ୍ଵିପ୍ରହରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଲୋୟର ସୁକତେଲ ବିସ୍ଥାପିତ ପରିବାରର ଟୁନୁ ବୁଡେକଙ୍କ ଘରୁ ଦୁର୍ବୃତ୍ତମାନେ କବାଟ ତାଲା ଭାଙ୍ଗି ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଟୁନୁ ବୁଡେକ ନିଜ ଘରେ ତାଲା ପକାଇ ଚାଷ କାମ ପାଇଁ କ୍ଷେତକୁ ଯାଇଥିଲେ। ଦିନ ପ୍ରାୟ ୨ଟା ସମୟରେ ଘରକୁ ଫେରିବା ପରେ କବାଟର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରକୁ ଯାଇ ଯାଞ୍ଚ କରିବା ପରେ ଆଲମାରୀରୁ ପ୍ରାୟ ୬ ଭରି ସୁନା ଅଳଙ୍କାର ଏବଂ ୨ ଲକ୍ଷ ଟଙ୍କା ନଗଦ ଗାଏବ ଥିବା ଜଣାପଡ଼ିଥିଲା।
ଏନେଇ ପୀଡ଼ିତ ପରିବାର ପକ୍ଷରୁ ବେଲପଡ଼ା ଥାନାରେ ଅଭିଯୋଗ କରାଯିବା ପରେ, ବେଲପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନ ଦ୍ଵିପ୍ରହରେ ଏପରି ସଂଘବଦ୍ଧ ଲୁଟ୍‌ ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଚାଞ୍ଚଲ୍ୟ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories