ଲାଞ୍ଚ ମାମଲାରେ ବଲାଙ୍ଗୀର ପାଟଣାଗଡ଼ ଡିଭିଜନର ଦୁଇ ଅବସରପ୍ରାପ୍ତ ବରିଷ୍ଠ ବନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ ।
ବଲାଙ୍ଗୀର,୧୦।୮: ଭିଜିଲାନ୍ସ ଏକ ଲାଞ୍ଚ ମାମଲାରେ ବଲାଙ୍ଗୀର ପାଟଣାଗଡ଼ ଡିଭିଜନର ଦୁଇ ଅବସରପ୍ରାପ୍ତ ବରିଷ୍ଠ ବନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସୋମବାର ଦିନ ବଲାଙ୍ଗୀର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପାଟଣାଗଡ଼ ଡିଭିଜନର ପୂର୍ବତନ ଡିଏଫଓ (କେନ୍ଦୁ ଲିଫ୍) ପ୍ରଣବ କୁମାର ମହାନ୍ତି ଏବଂ ଘସିଆନ୍ ଦକ୍ଷିଣ ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜ ଅଫିସର ଚିତ୍ତରଞ୍ଜନ ଦେହୁରୀଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡିତ କରିଛନ୍ତି।

