Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ପୋଲିସ ବିଭାଗ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର କାର୍ଯ୍ୟାଳୟ ଠାରେ ମଙ୍ଗଳବାର ବୀରମହାରାଜପୁର ପୋଲିସ ତରଫରୁ ସାଇବର୍ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସଂଘର ସଭାପତି ଦୟାନିଧି ହୋତା ଏଥିରେ ସଭାପତିତ୍ଵ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଆଦର୍ଶ ଥାନା ଅଧିକାରୀ ଯଯାତି କେଶରୀ ସାହୁ ଏବଂ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ଯୋଗ ଦେଇ ସମବେତ ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଠକେଇ ରୁ ସଚେତନ, ସୁରକ୍ଷିତ, ତଥା ନିରାପଦ ରହିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗଳ କିଶୋର ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର । ସଭା ପରିଚାଳନା କରିଥିଲେ ସମ୍ପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା । କାର୍ଯ୍ୟକ୍ରମ ରେ ସଂଘର ବହୁ ସଦସ୍ୟ ଙ୍କ ସହିତ ପୋଲିସ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ