ଜାଦୁଗର ତଥା ଅଧ୍ୟାପକ ଉଦ୍ଭବ ପଧାନ ଙ୍କୁ ତାଜ ଯାଦୁ ରତ୍ନ ପୁରସ୍କାର ପ୍ରଦାନ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମ ଯାଦୁଗର ତଥା ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ଯାଦୁ କଳାରେ ତାଙ୍କର ଅବଦାନ ଓ ପ୍ରଚାରପ୍ରସାର ପାଇଁ ‘ତାଜ ଯାଦୁ ରତ୍ନ’ ପୁରସ୍କାର ପ୍ରଦାନ କରାଯାଇଛି ।
ଉତ୍ତର ପ୍ରଦେଶର ମଥୁରା ଠାରେ ଅନୁଷ୍ଠିତ ଏକ ଉତ୍ସବରେ ‘ମାୟାବି ଦୁନିୟା’ ପତ୍ରିକାର ସଂସ୍ଥାପକ ତଥା ମୁଖ୍ଯ ସଂପାଦକ ପ୍ରହଲ୍ଲାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

