ବୀରମହାରାଜପୁର ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବ୍ଲକ ପ୍ରଶାସନ ତରଫରୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରୁ ବିଡ଼ିଓ ରାଜୀବ ହାଁସଦା ଙ୍କ ଅଧକ୍ଷତା ରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା
ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ବିଭିନ୍ନ ବିଭାଗର ଅଧୁକାରୀ ଓ କର୍ମଚାରୀ, ଆରକ୍ଷୀ ବାହିନୀ, ଜନସାଧାରଣ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ତ୍ରିରଙ୍ଗା ପତାକା ହାତ ରେ ଧରି ସହର ପରିକ୍ରମା କରି ଦେଶପ୍ରେମ, ଜାତୀୟ ଏକତା ଓ ଦେଶ ପ୍ରତି ଦାୟିତ୍ୱ ବୋଧର ବାର୍ତ୍ତା ଓ ବନ୍ଦେ ମାତରମ ଧ୍ୱନି ରେ ଶୋଭଯାତ୍ରା ବ୍ଲକ ରୁ ବାହାରି ମୁଖ୍ୟ ଛକ, କୋର୍ଟ ଛକ, ତ୍ରିବେଣୀ ଛକ, ଉପଜିଲ୍ଲାପାଳ ଛକ ଦେଇ ଷ୍ଟାଡିୟମ ପରିସରରେ ପହଂଚିଥିଲା l ଛାତ୍ର ଛାତ୍ରୀ ଓ ଜନତା ଙ୍କ ମନ ରେ ଦେଶପ୍ରେମ ଭାବନାକୁ ଉଜ୍ଜୀବିତ କରିବା ପାଇଁ ସାମୂହିକ ବନ୍ଦେ ମାତରମ୍ ଗାନ କରଯାଇଥିଲା । କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହେମନ୍ତ ରାଓ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଉଷା କୁମାରୀ, ନାରୀ ନେତ୍ରୀ ନଲିନି ପଣ୍ଡା, ସବିତା ପଣ୍ଡା, ବିପିନ ପଣ୍ଡା, କମିରା ସରପଞ୍ଚ ଅନୁସୂୟା ପଧାନ, ସୁରୁବାବୁ ସାହୁ ପ୍ରମୁଖ ଙ୍କ ସହିତ ବାଳିକା ଉଚ୍ଚ ବିଦ୍ୟାଳୟ, ବାଳକ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସାମିଲ ଥିଲେ l

