Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଟ୍ରାକ୍‌ ମରାମତି, ଗଡିଲା ପ୍ରଥମ ଟ୍ରେନ୍‌; ହାତଯୋଡି ପ୍ରଥମ ଟ୍ରେନକୁ ପ୍ରଣାମ କଲେ ରେଳମନ୍ତ୍ରୀ

ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ମରାମତି କରାଯାଇଛି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନ। ଟ୍ରାକ୍ ମରାମତି ଗଡିଲା ଟ୍ରେନ। ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିଥିଲା ଏବଂ ପରେ ଯାତ୍ରୀବାହୀ ଟ୍ରେନ୍ । ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଗତକାଲି ରାତିରେ ମାଲଗାଡି ଗଡିବା ଆରମ୍ଭ ହୋଇଥିଲା । ଏହି ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାତଯୋଡି ପ୍ରଥମ ଟ୍ରେନକୁ ପ୍ରଣାମ କରିଥିଲେ। କହିଲେ ଏବେବି ଦାୟିତ୍ୱ ସରିନି ।

ଦୁର୍ଘଟଣା ପରଠୁ ସମସ୍ତ କାର୍ଯ୍ୟର ଟିକିନିକି ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଭାବବିହ୍ୱଳ ହୋଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏବେ ବି ସରିନି ଉତ୍ତରଦାୟିତ୍ୱ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ