ଅମର ପାଲି ନୋଡାଲ ୟୁ. ପି ସ୍କୁଲ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଭୟ ଜୁନିଅର ଓ ସିନିଅର ବର୍ଗରେ ବକୃତା , ସଙ୍ଗୀତ , କୁଇଜ୍ ଓ ରଙ୍ଗୋଲି ଆଦି ପ୍ରତିଯୋଗିତା କରାଯାଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ଜଗଦଲା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାମାନଙ୍କରେ ଶିକ୍ଷକ ତାପକିରଣ ସାହୁ, ରାଜୀବ ଦୀପ , ସନ୍ତୋଷ ମେହେର , ଆକାଶ ଖେତୀ , ଅମୂଲ୍ୟ ମହାରଣା ଓ ଶିକ୍ଷୟିତ୍ରୀ ଆନନ୍ଦିନୀ ପ୍ରଧାନ ପ୍ରମୁଖ ବିଚାରକ ଭାବେ ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ। କେବଳ ସିନିଅର ବର୍ଗ ପାଇଁ ହୋଇଥିବା ବକୃତା ରେ ସୁଜିତ ପ୍ରଧାନ ପ୍ରଥମ, ଲଭଲି ଦେହୁରୀ ଓ ସୁଶ୍ରୀ ଶିବାନୀ ଭୁକ୍ତା ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ରୋଶନୀ ଧଳ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଜୁନିଅର ସଙ୍ଗୀତ ରେ ସିଲି ପ୍ରଧାନ ପ୍ରଥମ, ସାଇଶ୍ରୀ ପଧାନ ଓ ସ୍ନିଗ୍ଧରାଣି ଷାଣ୍ଢ ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଆଲିଶା ପୁରୋହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସିନିଅର ସଙ୍ଗୀତରେ ରାଖିରାଣୀ କ୍ଷେତୀ, ଋତୁପର୍ଣ୍ଣା ପଣ୍ଡା ଓ ଶୁଭଶ୍ରୀ ପଧାନ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଜୁନିଅର କୁଇଜ୍ ରେ ସୁଚିତ୍ରା କମିଲ, ସରିତା ପଧାନ ଓ ବିଂଶିକା ସାହୁ ଯଥାକ୍ରମେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ରଙ୍ଗୋଲି ରେ ପିୟୁସ ସାହୁ ପ୍ରଥମ, ପ୍ରତ୍ୟାଶା ରଣା ଦ୍ୱିତୀୟ ଓ ଶିବନନ୍ଦ ପଧାନ ତୃତୀୟ ସ୍ଥାନ ହାସଲ କରିଥିଲେ। ସମସ୍ତ ପ୍ରତିଯୋଗିତରେ ସ୍କୁଲର ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

