Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଓଡିଶା ସାମ୍ବାଦିକ ସଂଘ ବୀରମହାରାଜପୁର ଶାଖାର ଦାବିପତ୍ର ପ୍ରଦାନ

ବୀରମହାରାଜପୁର : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାମ୍ବାଦିକ ଙ୍କ ପ୍ରତି ଅଣଦେଖା କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏବେ ଡବଲ ଇଂଜିନ ସରକାର ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମାର ନାମ ପରିବର୍ତ୍ତନ କରି ସରକାର ଆୟୁଷ୍ମାନ ଭାରତ ଯୋଜନା କରିବା ପ୍ରୟାସକୁ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ବିରୋଧ କରାଯାଇଛି l ରାଜ୍ୟ ସଭାପତି ଙ୍କ ନିର୍ଦେଶ ରେ ଏନେଇ ଆଜି ଓଡ଼ିଶା ସାମ୍ବାଦିକ ସଂଘ ବୀରମହାରାଜପୁର ଉପଖଣ୍ଡ ଶାଖା ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ବୀରମହାରାଜପୁର ଉପଖଣ୍ଡ ଶାଖା ସଭାପତି ଆର୍ତ୍ତତ୍ରଣ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଶାଖା ସମ୍ପାଦକ ନୀଳକମଳ ମିଶ୍ର , ସଭ୍ୟ ସଞ୍ଜିବି ମେହେର, ହିମାଂସୁ ସାହୁ, ବ୍ରଜଗୋପାଳ ପଣ୍ଡା, କ୍ଷୀରସିନ୍ଧୁ ମେହେର ପ୍ରମୁଖ ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କୁଦାବିପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ