ଅଶୀ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଏଠି, ସେଠି, ସବୁଠି ଉଡ଼ିଲା ବୀରମହାରାଜପୁର ରେ ତ୍ରିରଙ୍ଗା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ 80 ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସୋନପୁର ଜିଲ୍ଲା ପରିଷଦ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତି ଉଷାକୁମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ପରିଦର୍ଶନ କରିଥିଲେ । ପ୍ୟାରେଡ୍ ରେ ସ୍କାଉଟ, ଜୁନିଅର ରେଡ଼କ୍ରସ ଓ ସିଭିଲିଆନ୍ ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ଛାତ୍ରମାନଙ୍କୁ ସର୍ବଦା ଦେଶପ୍ରେମ ରେ ଉଦବୁଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ l ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନିଅର ରେଡକ୍ରସ ପରାମର୍ଶଦାତା ବୈକୁଣ୍ଠ ନାୟକ, ସ୍କାଉଟ ମାଷ୍ଟର ମାନସ ରଞ୍ଜନ ଭୋଇ,ଖେଳ ଶିକ୍ଷକ ଦୀନବନ୍ଧୁ ଛିଚୁଆଁ ପରିଚାଳନା କରିଥିଲେ l ସେହିପରି ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ରେ 80 ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ସଂଗଠନର ସଭାପତି ଦୟାନିଧି ହୋତା ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହିପରି ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜି ପବିତ୍ର ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି I କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ସମସ୍ତ କାର୍ଯ୍ୟାଳୟରେ ମଧ୍ୟ ଆଜି ସ୍ଵାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି l

