ବାହାନଗା ରେଳ ଦୁର୍ଘଟଣା; ଆଜି ପାଇଁ ବାତିଲ ହେଲା ୨ଟି ଏକ୍ସପ୍ରେସ


ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ଏହା ଭିତରେ ୩ ଦିନ ବିତିଯାଇଛି। ଏବେ ବି ସେ ଛାତିଥରା ଦୃଶ୍ୟ ଲୋକଙ୍କ ମନରୁ ଲିଭିିିନି। ଏହା ଭିତରେ ବାହାନଗା ରେଳ ଟ୍ରାକ୍‌ରେ ପୁଣି ଆରମ୍ଭ ହୋଇଛି ରେଳ ଚଳାଚଳ। ତେବେ ଏହି ଦୁର୍ଘଟଣା ଲାଗି ଆଜି ପାଇଁ ବାତିଲ ହୋଇଛି ୨ଟି ଏକ୍ସପ୍ରେସ୍ । ପୁରୀ-ପାଟନା ବୈଦ୍ୟନାଥଧାମ ଏବଂ ଖୋର୍ଦ୍ଧା- ଖଡଗପୁର ଏକ୍ସପ୍ରେସକୁ ବାତିଲ୍ କରାଯାଇଛି ।

ଅନ୍ୟପଟେ, ଆରମ୍ଭ ହୋଇଛି କୋଲକାତାକୁ ମାଗଣା ବସ ସେବା। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। ରବିବାର ରାତିରୁ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ୫୯ଟି ବସ୍ । ପୁରୀରୁ ୨୦, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ଟି ବସ୍ ଯାଇଛି ।