Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ଉପକାରାଗାରରେ ୮୦ତମ ସ୍ୱାଧୀନତା ଦିବସ: ଅନ୍ତେବାସୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ ।

ବଲାଙ୍ଗୀର,୧୬।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ପରିସରରେ ଦେଶଭକ୍ତିମୟ ପରିବେଶ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସର ସହ ପାଳିତ ହୋଇଯାଇଛି।
ଏହି ଅବସରରେ କାରାଗାରର ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଆନୁଷ୍ଠାନିକ ଭାବେ ପୁରସ୍କାର ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଛି।
ଏହି ସମାରୋହରେ ଅତିଥି ଭାବେ ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନି, ସମାଜସେବୀ ଅଶୋକ ଛାପଡ଼ିଆ, ଅଜିତ ଜୈନ ତୁଳସୀ, ବିଜେପି ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ, ଡାକ୍ତର ବ୍ରଜେସ ମିତ୍ତଲ ଏବଂ କାରାଗାର ଅଧିକାରୀ ଜସ୍କେତନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ୱାଧୀନତା ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଅନ୍ତେବାସୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉପରେ ଅତିଥିଗଣ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ପ୍ରତିଯୋଗିତା ପାଇଁ ପୂର୍ବରୁ କଣ୍ଟାବାଞ୍ଜି ଅଖିଳ ଭାରତୀୟ ମହିଳା ସମିତି ପକ୍ଷରୁ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏଥିସହିତ ବିଧାୟକ ଲକ୍ଷ୍ମଣ ବାଗଙ୍କ ପକ୍ଷରୁ ଉପକାରାଗାର ପାଇଁ ନୂତନ ବିଶୁଦ୍ଧ ପାନୀୟ ଜଳ ମେସିନ, ଥଣ୍ଡା ଜଳ ମେସିନ, କ୍ୟାରମ ବୋର୍ଡ, ଖାଦ୍ୟ ସାମଗ୍ରୀ ଏବଂ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା। ଏହା ଅନ୍ତେବାସୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି।
ଉପକାରାଗାର କର୍ତ୍ତୃପକ୍ଷ ଅଧିକାରୀ ଦିଲୀପ ସାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories