Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ବ୍ରାହ୍ମଣ ସମାଜ ଏକତା ମଞ୍ଚ କମିଟି ଗଠନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମପଞ୍ଚାୟତ ବ୍ରାହ୍ମଣ ଏକତା ମଞ୍ଚ କମିଟି ଗଠିତ ହୋଇ ଯାଇଛି l ସୋମବାର ସୁବଳୟା ହନୁମାନ ମନ୍ଦିର ପରିସରରେ ବରିଷ୍ଠ ସଦସ୍ୟ ନନ୍ଦକିଶୋର ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବୀରମହାରାଜପୁର ବ୍ଲକ ବ୍ରାହ୍ମଣ ଏକତା ମଞ୍ଚର ସଭାପତି ଅକ୍ଷୟ ମିଶ୍ର, ଉପସଭାପତି କିଶୋର ହୋତା, ସଂଯୋଜକ ଯୁଗଳ କିଶୋର ମିଶ୍ର, ସତ୍ୟ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ଏକତା ମଞ୍ଚ ର ଆବଶ୍ୟକ ଉପରେ ଆଲୋଚନା କରିଥିଲେ l ନବ ଗଠିତ ପଞ୍ଚାୟତ ସ୍ତରୀୟ କମିଟି ସଭାପତି ଭାବରେ ନାରାୟଣ ମିଶ୍ର, ଉପସଭାପତି ସୁରେନ୍ଦ୍ର ପୁରୋହିତ, ସମ୍ପାଦକ ଦିଲ୍ଲୀପ ଚାନ୍ଦ, ସହସମ୍ପାଦକ ଗୋବିନ୍ଦ ଷଡ଼ଙ୍ଗୀ, କୋଷାଧକ୍ଷ ଗୌରାଙ୍ଗ ମହାପାତ୍ର ଏବଂ ସଂଯୋଜକ ଭାବରେ ସନ୍ତୋଷ ପୂଜାରୀ ଙ୍କୁ ମନୋନୀତ କରାଯାଇଥିଲା l କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ସୁରେନ୍ଦ୍ର କୁମାର ପାଢ଼ୀ,ସନ୍ତୋଷ ରଥ ବିଜୟ ମହାପାତ୍ର, ବିକାଶ ମିଶ୍ର, ଘାସିରାମ ପୂଜାରୀ ପ୍ରମୁଖ ରହିଛନ୍ତି l ଉପଦେଷ୍ଟା ଭାବରେ ନନ୍ଦକିଶୋର ମିଶ୍ର ଏବଂ ରାମକୃଷ୍ଣ ନନ୍ଦ ରହିଛନ୍ତି l ଉକ୍ତ କାର୍ଯ୍ୟକ୍ରମ କୁ ଅଶୋକ କୁମାର ପୁରୋହିତ, ଏବଂ ବ୍ରଜ ଗୋପାଳ ମହାପାତ୍ର ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ