କୁମାରକେଲୀ ଧନୁ ଯାତ୍ରା ପାଇଁ କଂସ ବରଣ କାର୍ଯ୍ୟକ୍ରମ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମରକେଲି ଠାରେ ଶ୍ରୀଗଣେଶ ପୂଜା ଉପଲକ୍ଷେ ଶିବଶକ୍ତି କ୍ଳବ ଆୟୋଜନ କ୍ରମେ ଚତୁର୍ଥଥର ପାଇଁ ଧନୁଯାତ୍ରା ଅନୁଷ୍ଠିତ ହେବ, ଆଜି ପଶ୍ଚିମ ଓଡିଶା ର ବରିଷ୍ଠ କଳାକାର ବରଗଡ ଚିଚିଣ୍ଡା ର ଝସକେତନ ପଧାନଙ୍କୁ ବରଣ କରାଯାଇଛି l କୁମରକେଲି ଗ୍ରାମର ରାବଣ ଭୂମିକାରେ ଅଭିନୟ କରୁଥିବା ନିଗମାନନ୍ଦ ବେହେରା ଉପଢୌକନ ଓ ଫୁଲମାଳ ଦେଇ ସ୍ୱାଗତ କରିଥିଲେ l ଏହି ଅବସରରେ ସାମ୍ବାଦିକ କିଶୋର ହୋତା ଏବଂ ମଞ୍ଚ ପରିଚାଳକ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କୁ ସମ୍ମାନିତ କରାଯାଇଥିଲା l ଶିବଶକ୍ତି କ୍ଲବ ର ସଭାପତି ଛବିଳ ମେହେର ପ୍ରମୁଖ ଏହି କଂସ ବରଣ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଫୁଲ୍ଲ ପଧାନ, ସୋରଜ ସେଠି, ତରଣୀ ପଧାନ, ଅଜିତ ପଧାନ ଶ୍ରୀମୁଖ ମେହେର, ନବୀନ ମେହେର ପ୍ରମୁଖ ସହଯୋଗ କରିଥିଲେ l

