ସୁବଳୟା କଲ୍ୟାଣ ମଣ୍ଡପରେ ମହିଳା ସାଂସ୍କୃତିକ ସଙ୍ଗଠନ ର ବ୍ଲକ ସ୍ତରୀୟ ସମ୍ମିଳନୀ
ବୀରମହାରାଜପୁର : ସର୍ବ ଭାରତୀୟ ମହିଳା ସଂସ୍କୁତିକ ସଂଗଠନ ପକ୍ଷରୁ ବ୍ଲକ ସ୍ତରୀୟ ମହିଳା ସମ୍ମିଳନୀ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ରେ ମୁଖ୍ୟଅତିଥି ଓଡ଼ିଶାର ରାଜ୍ୟ ସମ୍ପାଦିକା ସରୋଜିନୀ ନାଏକ ଓ ମୁଖ୍ୟ ବକ୍ତା ସ୍ୱୟଂ ପ୍ରଭା ନାୟକ ଯୋଗଦେଇ କ୍ରମ ବାର୍ଦ୍ଧମାନ ନାରୀ. ଶିଶୁ ଓ ଛାତ୍ରୀ ନିର୍ଯାତନା. ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ଏବଂ ଅଶ୍ଳୀଳତାର ପ୍ରଚାର ପ୍ରସାର ବିଷୟରେ ଆଲୋଚନା କରିବା ସହିତ ନାରୀ ମାନଙ୍କର ସଂଗଠନ କୁ ସୁଦୃଢ କରି ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ I ବୀରମହାରାଜପୁର ବ୍ଲକ ସଭାନେତ୍ରୀ ବିନୋଦିନୀ ମେହେରଙ୍କ ସଭାପତିତ୍ୱ ରେ ସଭାପରିଚାଳନା ହୋଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଷ୍ଣା ନାଏକ l ଏହି ସଭାରେ ମିତା ମଲିକ. ନିରୁପାୟ ମେହେର. ସବିତା ମେହେର. ରାଇଵlରୀ ମେହେର ପ୍ରମୁଖ ଉପସ୍ଥିତ ରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଥିବା ବେଳେ ସୁବଳୟା ସହର ରେ ଏକ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଲା l

