Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହତଙ୍କ ଚିକିତ୍ସା ଲାଗି ରକ୍ତ ଦାନ କଲେ ବାବୁସାନ

ବାଲେଶ୍ବର: ବାଲେଶ୍ବର ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ନୂଆ ଜୀବନ ଦେବା ଲାଗି ଅନେକ ଲୋକ ସହାୟତାର ହାତ ବଢାଉଛନ୍ତି। ସେହିପରି ଆହତମାନଙ୍କ ଚିକିତ୍ସା ଲାଗି ରକ୍ତ ଦାନ କକରିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ । ଓଲିଉଡ଼ ଅଭିନେତା ବାବୁସାନଙ୍କ ସମେତ ଅଭିନେତ୍ରୀ ସୂର୍ଯ୍ୟମୟୀ, ଶିବାନି ମଧ୍ୟ ରକ୍ତ ଦାନ କରିଛନ୍ତି । ହାଇଟେକ୍ ମେଡ଼ିକାଲ କଲେଜରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବାହାନଗା ରେଳ ଦୁର୍ଘଟଣାରରେ ଅନେକ ଲୋକଙ୍କ ପ୍ରାଣ ନେଇଥିବା ବେଳେ ଆହତମାନଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ସେମାନଙ୍କର ରକ୍ତ ଆବଶ୍ୟକତା ହେଉଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ରକ୍ତ ଦେବାକୁ ଆଗେଇ ଆସୁଛନ୍ତି । ଅନେକ ବ୍ୟକ୍ତି ମଧ୍ୟ ସ୍ୱେଚ୍ଛକୃତ ରକ୍ତଦାନ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ