Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥୀଗଣ କବି ମେହେରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରିବା ପରେ ଛାତ୍ରୀମାନେ ମେହେରଙ୍କ କବିତା ଗାନ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ସାହିତିକ୍ୟ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟଅତିଥୀ ଭାବରେ ଯୋଗ ଦେଇ ମେହେର ସାହିତ୍ୟ ଓ ତାଙ୍କର କବିତା ବିଷୟରେ ଆଲୋକପାତ କରିଥିବା ବେଲେ କଲ୍ଲେଇପାଲି ସ୍ଥିତ ଆର ଜି ଏମ ଟି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ସୁବୋଧ କୁମାର ସାହୁ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ କାବ୍ୟ ଇନ୍ଦୁମତୀ, ଅର୍ଘଥାଳୀ ବିଷୟରେ ଉଦବୋଧନ ଦେଇଥିଲେ। କୁଲେଇଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁଶିଳ କୁମାର ମହାକୁଲ ଓ ପରିଚାଳନା ସମିତିର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ କବି ମେହେରଙ୍କ କବିତା ବିଷୟରେ ଆଲୋକପାତ କରିଥିଲେ। ସେହିପରି କଲେଜର ଛାତ୍ରୀମାନେ ମଧ୍ୟ କବି ମେହେର କବିତା ଓ ସାହିତ୍ୟ ବିଷୟରେ ଅଭିଭାଷଣ ଦେଇଥିଲେ। କଲେଜର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଲେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପରିବେଷବିତ ରବିନ୍ଦ୍ର ଦାସଙ୍କ ନେତୃତ୍ବରେ ବିଦ୍ୟାଳୟ ରେ ବୃକ୍ଷରୋପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories