Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନ ମାନର ମାଟି କାମ ଯୋଗୁଁ ବର୍ଷlରେ ଧୋଇଗଲା ବନ୍ଧ ହିଡ

ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେପଦର ଗାଁ ର କିଆ ନାଳ ଉପରେ ଗତ କିଛି ଦିନ ପୁର୍ବ ରୁ ହୋଇଥିବା ମାଟି ହୋଇ ନାଳ ଉପରେ ଥିବା ହିଡ଼ କାମ ହୋଇଥିଲା l କିନ୍ତୁ ନିମ୍ନ ମାନର କାମ ଯୋଗୁ ଉକ୍ତ ହିଡ଼ ଧୋଇ ହୋଇ ଗାଁ ଭିତରକୁ ଏବଂ ଚାଷ ଜମି କୁ ପାଣି ଯାଇଥିବା ଯୋଗୁଁ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ମିଳିଥିବା ସୂଚନା ମୁତାବକ ସୁବଳୟା ପଂଚାୟତ ସାଲେପଦର ଗାଁ କିଆ ନାଳ ବନ୍ଧ ମାଟି କାମ ଆର୍ଥିକ ବର୍ଷ 2025-26 ରେ 5 ସିଏଫସି ପାଣ୍ଠିରୁ 1ଲକ୍ଷ 75 ହଜାର 592 ଟଙ୍କା ରେ ନିର୍ମାଣ ହୋଇଥିବା ବନ୍ଧ ହିଡ଼ ଟି ଭାଙ୍ଗି ପୋଖରୀ, ସବୁ ପାଣି ବହି ଯାଇ ଗାଁ ଓ ଗାଁ ନିକଟସ୍ଥ ଚାଷ ଜମି ରେ ପାଣି ମାଡି ଯାଇ ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ପ୍ରକୃତ ରେ ମାଟି କାମ ହେବା ସମୟ ରେ ମାଟି ବଦଳ ରେ ରାସ୍ତା କଡ଼ ରେ ପଡ଼ିଥିବା ପ୍ଲାଷ୍ଟିକ ମିଶ୍ରିତ ମାଟି ପକେଇ ହିଡ଼ କାମ ହୋଇଥିବାରୁ ସାମାନ୍ୟ ପାଣି ହିଡ଼ ସହି ନ ପାରି ଭାଙ୍ଗି ଯାଇଥିବା ଆଲୋଚନା ହେଉଛି l ଏ ନେଇ ବିଭାଗୀୟ ଯନ୍ତ୍ରୀ ଦେବବ୍ରତ ବେହେରା ଙ୍କ ସହ ଯୋଗାଯୋଗ କରାଯିବାରୁ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା l ଏ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ