ହିକୁଡି ରେ କଂଗ୍ରେସ ର ନ୍ୟାୟିକ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଉଲୁଣ୍ଡା : ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଉଲୁଣ୍ଡା ବ୍ଲକ ହିକୁଡି ଠାରେ ଜିଲ୍ଲା କଂଗ୍ରେସ କୋଷାଧକ୍ଷ ପ୍ରମୋଦ ଗୁରୁଙ୍କ ଆହ୍ୱାନ କ୍ରମେ ନ୍ୟାୟିକ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କଂଗ୍ରେସ ସଭାପତି ହୃଷିକେଶ କର୍ଣ୍ଣ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ କଂଗ୍ରେସ କର୍ମୀ ଶିକ୍ଷାବିତ ଉମେଶ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର, କଂଗ୍ରେସ ସୋନପୁର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ସୁଧୀର ପଣ୍ଡା,ପ୍ରଭୁଦତ୍ତ ବସ୍ତିଆ, ପ୍ରଶାନ୍ତ ଶତପଥୀ, ଭୋଳାନାଥ ସାଗର, ମାଧବ କୁମ୍ଭାର, ଆଇ ଏନ ଟି ୟୁ ସି ର କର୍ଣ୍ଣରାଜ ପଧାନ,ବୁଲୁ ବାରିକ ପ୍ରମୁଖ କଂଗ୍ରେସ କର୍ମୀ ମାନଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ l କଂଗ୍ରେସ ନ୍ୟାୟିକ ପଦଯାତ୍ରା ପାଇଁ ଏକ କମିଟି ଗଠନ କରାଯାଇଥିଲା l ଉକ୍ତ କମିଟି ର ନେତୃତ୍ୱ ପ୍ରିୟବ୍ରତ ସାହୁଙ୍କୁ ଅର୍ପଣ କରାଯାଥିଲା l ସଭାପରେ ହିକୁଡି ଛକ ଠାରେ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l

