କଣ୍ଟେନର ଚାଳକଙ୍କୁ ଆକ୍ରମଣ କରି ଲୁଟ୍: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା;ଝାଡ଼ଖଣ୍ଡ ଧନବାଦ ଜିଲ୍ଲା ଲେଡ଼ାଟାଣ୍ଡ ଅଞ୍ଚଳର ଏମ ଡି ସୁଫିୟାନ ଆଲାମ ଏକ ମେଟାଲ ବୋଝେଇ କଣ୍ଟେନର(ଡବ୍ଲବି ୧୧ ଏଫ୍ ୫୧୯୬) (WB11F5196) ଯୋଗେ ରାୟପୁରରୁ କୋଲକାତା ଯାଉଥିବା ବେଳେ ବୈଷ୍ଣୋଦେବୀ ମନ୍ଦିର ଓ ବଡ଼ରମା ଘାଟି ମଧ୍ୟରେ ଏକ ଆପାଚେ ମୋଟରସାଇକେଲ ( ଓଡ଼ି୧୫ ଜେଡ ୭୮୯୯) (OD15Z7899) ଯୋଗେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏଥିସହ ସେମାନେ ତାଙ୍କଠାରୁ ନଗଦ ୩୫୦୦ ଟଙ୍କା ଓ ଏକ ଭିଭୋ ଭି ୩୦ଇ, ମୋବାଇଲ ଫୋନ ଲୁଟି ନେବା ସହିତ କଣ୍ଟେନରର ଆଗ କାଚ ଭାଙ୍ଗି ଏବଂ ଜିପିଏସ ଫିଙ୍ଗି ଫେରାର ହୋଇଯାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରାଧାମାଧବ ପଡ଼ାର ବାବୁଲୁ ଓରାମ ଏବଂ ଦେବେଇପାଲି ଗ୍ରାମର ରାଜା ପଟେଲଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ନଗଦ ୩୫୦୦ ଟଙ୍କା, ଭିଭୋ ମୋବାଇଲ, ଅନ୍ୟ ଏକ ଓପୋ ମୋବାଇଲ, ଜିଓ କିପ୍ୟାଡ୍ ମୋବାଇଲ ଓ ଘଟଣାରେ ବ୍ୟବହୃତ ଆପାଚି ବାଇକକୁ ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

