Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତି ଓ ଭାଇଚାରାର ବାର୍ତ୍ତା ସହ କୁଚିଣ୍ଡାରେ ପବିତ୍ର ଇଦ୍-ମିଲାଦ-ଉନ୍-ନବୀ ପାଳିତ

ଜମନକିରା : ଇସଲାମ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ଜନ୍ମୋତ୍ସବ ବା ‘ଇଦ୍-ମିଲାଦ-ଉନ୍-ନବୀ’ (ମାୱଲିଦ) ସ୍ଥାନୀୟ କୁଚିଣ୍ଡା ସହରରେ ଅତ୍ୟନ୍ତ ଉତ୍ସାହ ଓ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ସ୍ଥାନୀୟ ମସଜିଦ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ପତାକା ଏବଂ ଧାର୍ମିକ ପ୍ରତୀକ ସହିତ ସଜ୍ଜିତ ଯାନବାହାନ ସାମିଲ ରହିଥିଲା ଏବଂ ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ଆୟୋଜିତ ଧାର୍ମିକ ସଭାରେ ଧର୍ମଗୁରୁ ଓ ବକ୍ତାମାନେ ହଜରତ ମହମ୍ମଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ସମାଜରେ ଶାନ୍ତି, ଦୟା, ମାନବିକତା, ଏକତା ଓ ପାରସ୍ପରିକ ଭାଇଚାରା ବଜାୟ ରଖିବାକୁ ସେମାନେ ଆହ୍ୱାନ ଦେଇଥିଲେ। ମସଜିଦ କମିଟି ପକ୍ଷରୁ ଅସହାୟଙ୍କୁ ସାହାଯ୍ୟ କରିବା ସହ ସମସ୍ତଙ୍କୁ ସମ୍ମାନ ଜଣାଇ ନବୀଙ୍କ ନୀତି-ଆଦର୍ଶରେ ଚାଲିବାକୁ ନିବେଦନ କରାଯାଇଥିଲା। ଦେଶ ଓ ସମାଜର ଶାନ୍ତି, ସମୃଦ୍ଧି ତଥା ସୌହାର୍ଦ୍ଦ୍ୟ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଶେଷରେ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ସହ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories