Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କବି ସମ୍ମିଳନୀ ଓ ମେହେର ଜୟନ୍ତୀ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଟାଉନ ହଲରେ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପ୍ରଦ୍ୟୁତ କୁମାର ମହାନ୍ତି ମୁଖ୍ୟଅତିଥି, କୁଚିଣ୍ଡା କଲେଜର ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ.ମମତା ସାହୁ ମୁଖ୍ୟବକ୍ତା ଓ ଅନ୍ୟତମ ଓଡ଼ିଆ ଅଧ୍ୟାପକ ଡ.ପ୍ରମୋଦ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବି ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋଚନା କରି ଏହି ଅଞ୍ଚଲର କବି ଗଣ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଂରାଜୀ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା, ହାଇସ୍କୁଲ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍, ସାମ୍ବାଦିକ ଗଗନ ଶର୍ମା ଓ ଅବସର ପ୍ରାପ୍ତ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ପ୍ରମୁଖ ଅତିଥିଗଣ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱଭାବ କବିଙ୍କ ସାହିତ୍ୟ ଓ ନିଜର ଜୀବନ ଦର୍ଶନ ଭିତରେ କୌଣସି ପାର୍ଥକ୍ୟ ନଥିଲା ବୋଲି କହିଥିଲେ। ଅତିଥି ଗଣ ପ୍ରାରମ୍ଭରେ କବି ଗଙ୍ଗାଧରଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ କବିୟତ୍ରି ସୌଦାମିନୀ ପଟେଲଙ୍କ ଚତୁର୍ଥ ପୁସ୍ତକ “ମହାବାହୁ” ଭଜନ ମାଳା କୁ ଅତିଥିଗଣ ଉନ୍ମୋଚନ କରିଥିବା ବେଳେ ସାହିତ୍ୟିକ ସୁବାସ ନାୟକ ଏହାର ସମୀକ୍ଷା କରି ପୁସ୍ତକର ଭକ୍ତିରସ ଉପରେ ଆଲୋଚନା କରିଥିଲେ। କବୀୟତ୍ରି ଶ୍ରୀମତୀ ପଟେଲ ଅତିଥି ଗଣଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହାପରେ କବିୟତ୍ରୀ ରେଣୁକା ଶର୍ମାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ପ୍ରକୃତିବନ୍ଧୁ ପଦ୍ମିନୀ ବାଙ୍କରା, ଶମ୍ଭୁନାଥ ସାହୁ, ସୁବାସ ଦେବତା, ସରୋଜ କୁମାର ପରିଡ଼ା, ବନମାଳୀ ନାମଦେଓ, ସିଂହ ବାବୁ ପ୍ରମୁଖ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବୀୟତ୍ରୀ ଗଣ ସ୍ୱରଚିତ କବିତା ମାନ ପଠନ କରିଥିଲେ। ଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହିମାଂଶୁ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories