Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଧେକେଲା ସଶସ୍ତ୍ର ଡକାୟତି ଘଟଣା: ରାୟଗଡ଼ାରୁ ୫ କେଜିରୁ ଅଧିକ ସୁନା-ରୂପା ଜବତ, ୨ ଅଟକ ।

ବଲାଙ୍ଗୀର,୨୭।୮: ଗତ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ତଦନ୍ତ କରି ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଟିମ୍ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ର ଖରଜୋଡ଼ା ଓ ଫଣସଗୁଡ଼ା ଗାଁରେ ଚଢ଼ାଉ କରିଛି।
ଚଢ଼ାଉ ବେଳେ ପୋଲିସ ୫ କିଲୋଗ୍ରାମରୁ ଅଧିକ ଓଜନର ଲୁଟ୍ ସୁନା ଓ ରୂପା ଅଳଙ୍କାର ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସିନ୍ଧେକେଲା ଅଞ୍ଚଳର ଜଣେ ବ୍ୟବସାୟୀ ଦମ୍ପତି ଚିକିତ୍ସା ପାଇଁ ରାୟପୁର ଯାଇଥିବା ବେଳେ ଘରେ ଥିବା ବୃଦ୍ଧାଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ଲୁଟପାଟ୍ କରିଥିଲେ। ଏହା ସହ ସ୍ଥାନୀୟ ଦ୍ବାରସିନୀ ମନ୍ଦିରରୁ ମଧ୍ୟ ସୁନା-ରୂପା ଲୁଟ୍ ହୋଇଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଆନ୍ଦୋଳନ ଓ ସିନ୍ଧେକେଲା ବନ୍ଦ ପାଳନ କରାଯାଇଥିଲା।
ବଲାଙ୍ଗୀର ଏସପି ଅଭିଲାଷ ଜୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ବତନ୍ତ୍ର ଟିମ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଫେରାର୍ ଥିବା ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ଏବଂ ଜବତ ସୁନା-ରୂପା ସହ ସିନ୍ଧେକେଲା ଲୁଟ୍‌ଘଟଣାର ସୀଧାସଳଖ ସମ୍ପର୍କ କଣ ରହିଛି ସେସମ୍ପର୍କରେ ପୋଲିସ ଶୀଘ୍ର ସ୍ପଷ୍ଟ ସୂଚନା ଦେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ