Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

ଜମନକିରା : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜମନକିରା ପରିସରରେ ଗୁରୁବାର ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ସେବିକା ମେରୀ ମାଝୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାଥମିକ ବିଦ୍ୟାଳୟ ସି.ଆର୍.ସି.ସି. ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ କରିଥିଲେ। ଅତିଥିମାନେ ରକ୍ଷା ବନ୍ଧନର ମହାନ ଆଦର୍ଶ, ସାମାଜିକ ସୌହାର୍ଦ୍ଦ୍ୟ ଓ ପାରସ୍ପରିକ ସ୍ନେହର ଗୁରୁତ୍ୱ ସମ୍ପର୍କରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ମଟାରୀ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଶିଶୁ ଭଉଣୀମାନଙ୍କ ଦ୍ୱାରା ମନୋଜ୍ଞ ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁ ବାଟିକା ପ୍ରମୁଖ ଡିଲେଶ୍ୱରୀ ଖମାରୀ ସଭା ସଂଚାଳନ କରିଥିବା ବେଳେ ବରିଷ୍ଠ ଗୁରୁମା ସସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଶିଶୁମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ଶିଶୁ ଭାଇଭଉଣୀମାନେ ନିକଟସ୍ଥ ହନୁମାନ ପଡ଼ା ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ରାକ୍ଷୀ ବାନ୍ଧି ସ୍ନେହ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories