Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟି ରାସ୍ତାରେ ନିୟନ୍ତ୍ରଣ ହରାଇ ପୋଲିଆ ଉପରେ ଚଢ଼ି ଗଛରେ ପିଟି ହେଲା ଫେଭର ବ୍ଲକ୍ ବୋଝେଇ ଟ୍ରକ୍; ଡ୍ରାଇଭର ଗୁରୁତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁରରୁ ଦେବଗଡ଼ ଜିଲ୍ଲା ଲାଇମୁରା ସଂଯୋଗକାରୀ ଘାଟି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫେଭର ବ୍ଲକ୍ ବୋଝେଇ କରି ଯାଉଥିବା ଏକ ଟିପ୍ପର ଟ୍ରକ୍ (ନଂ- OD 15 P 3526) ଘାଟିର ଏକ ତୀକ୍ଷ୍ଣ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ପୋଲିଆ ବାଡ଼ ଉପରକୁ ଚଢ଼ିଯାଇ ସମ୍ମୁଖରେ ଥିବା ଏକ ବଡ଼ ଗଛରେ ଜୋରଦାର ପିଟି ହୋଇଯାଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଆଗ କ୍ୟାବିନ୍ ଚୂରମାର ହେବା ସହ ଚେସିସ୍ ଓ ପଛ କମାନି ପଟା ଭାଙ୍ଗି ଛିନଛତ୍ର ହୋଇଯାଇଛି ଏବଂ ବୋଝେଇ ଥିବା ସମସ୍ତ ଫେଭର ବ୍ଲକ୍ ଡ୍ରାଇଭର ସିଟ୍ ତଥା ରାସ୍ତାସାରା ଅଜାଡ଼ି ହୋଇପଡ଼ିଛି। ଘଟଣାସ୍ଥଳରେ ରାସ୍ତା ଉପରେ ପ୍ରଚୁର ରକ୍ତ ଜମାଟ ବାନ୍ଧି ରହିଥିବା ଦେଖିବାକୁ ମିଳିଥିବାରୁ ଗାଡ଼ି ଚାଳକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣା ସମୟରେ ବିପରୀତ ଦିଗରୁ ଅନ୍ୟ କୌଣସି ଯାନବାହନ ଆସୁନଥିବାରୁ ଏକ ବଡ଼ ଧରଣର ବିପଦ ଅଳ୍ପକେ ଟଳିଯାଇଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories