Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତି ପାଳିତ

ବୀରମହାରାଜପୁର : ଶନିବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି l ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ତଥା ମୁଖ୍ୟଆଲୋଚକ ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଯୋଗ ଦେଇ ମେହେର ଙ୍କ କାଳଜୟୀ ସାହିତ୍ୟର ବିଶଦ ଆଲୋଚନା କରିଥିଲେ l ପ୍ରାରମ୍ଭରେ ଛାତ୍ରମାନଙ୍କ ଦ୍ୱାରା “ବିଶ୍ୱ ଦେଖ ମଧୁମୟ” ଗାନ କରାଯାଇଥିଲା l ଶିକ୍ଷକ ବୈକୁଣ୍ଠ ନାୟକ ଓ ଛାତ୍ର ବିଶ୍ୱରଞ୍ଜନ ରଣା,ଓମଦେବ ସିଂ,ମାନସ ଜଗଦଲା ପ୍ରମୁଖ ମେହେର ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ପ୍ରଧାନଶିକ୍ଷକ “ପ୍ରଣୟବଲ୍ଲରି”କାବ୍ୟ ର ସଂକ୍ଷିପ୍ତ ଆଲୋଚନା କରିଥିବା ବେଳେ ଶିକ୍ଷକ ପ୍ରଦ୍ୟୁମ୍ନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ