ଜାତୀୟ ଖେଳ ଦିବସ ପାଳିତ
ବୀରମହାରାଜପୁର : ଜାତୀୟ ଖେଳ ଦିବସ ଆଜି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇ ହକି ପ୍ରତିଭା ମେଜର ଧ୍ୟାନଚାନ୍ଦ ଙ୍କ ଜୀବନୀ ସମ୍ପର୍କରେ ଛାତ୍ରମାନଙ୍କୁ ସୂଚନା ଦେବା ସହ କ୍ରୀଡ଼ା ଦ୍ୱାରା ଜୀବନରେ ଅନୁଶାସନ ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ l ଶନିବାର ଏ ଅବସରରେ ଛାତ୍ରମାନଙ୍କ ଦ୍ୱାରା ଏକ ରାଲି ସହର ପରିକ୍ରମା କରିଥିଲା l କାର୍ଯକ୍ରମ କୁ ଖେଳ ଶିକ୍ଷକ ଦୀନବନ୍ଧୁ ଛିଛୁଆଁ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l

