Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ: ହିତାଧିକାରୀଙ୍କୁ ଉପକରଣ ବଣ୍ଟନ

ଜମନକିରା : କୁଚିଣ୍ଡାଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ବିଶାଳ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା, ସହାୟକ ଉପକରଣ ଏବଂ ସରକାରୀ ଯୋଜନାର ସୁବିଧା ସୁଯୋଗ ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଶିବିରରେ କୁଚିଣ୍ଡା ଉପ-ଜିଲ୍ଲାପାଳ ସର୍ଵନ୍ନନ୍ ସ. ଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶିବିରର ମୁଖ୍ୟ ତଥ୍ୟ
* ମୋଟ ପଞ୍ଜୀକରଣ: ୩୧୧ ଜଣ
* ଚିକିତ୍ସାଗତ ହସ୍ତକ୍ଷେପ ପାଇଁ ଚିହ୍ନଟ: ୨୬୧ ଜଣ
* UDID କାର୍ଡ ପାଇଁ ଚିହ୍ନଟ: ୧୭୯ ଜଣ
ଚିହ୍ନଟ ହୋଇଥିବା ଭିନ୍ନକ୍ଷମତା ବର୍ଗ
* ଅର୍ଥୋପେଡିକ୍ (OH): ୧୪୦ ଜଣ
* ବୌଦ୍ଧିକ ଭିନ୍ନକ୍ଷମତା (ID): ୬୬ ଜଣ
* ଶ୍ରବଣ ବାଧିତ (HH): ୨୮ ଜଣ
* ଦୃଷ୍ଟି ବାଧିତ (VH): ୧୯ ଜଣ
* ସିକିଲ୍ ସେଲ୍: ୫ ଜଣ
* ବାମନତ୍ୱ: ୧ ଜଣ
ସହାୟକ ଉପକରଣ ବଣ୍ଟନ ବିବରଣୀ
ଶିବିରରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଛି:
* ହୁଇଲ୍ ଚେୟାର (Wheelchair): ୧୭ ଟି
* ଶ୍ରବଣ ଯନ୍ତ୍ର (Hearing Aids): ୦୬ ଟି
* ମୋଟରାଇଜ୍ଡ୍ ଟ୍ରାଇସାଇକେଲ୍ (Motorised Tricycle): ୦୫ ଟି
* ଟିଏଲ୍ଏମ୍ କିଟ୍ (TLM Kit): ୦୨ ଟି
* ୱାକର୍ (Walker): ୦୨ ଟି
ସମାଜର ମୁଖ୍ୟ ସ୍ରୋତରେ ଭିନ୍ନକ୍ଷମମାନଙ୍କୁ ସାମିଲ କରିବା ତଥା ସେମାନଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବା ଦିଗରେ ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories