ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ; ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ମମତା


କଟକ: ଓଡ଼ିଶାରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏସସିବି‌ରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ଭେଟିବେ ମମତା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।

ତେବେ ଦୁର୍ଘଟଣାର ଶିକାର ହୋଇଥିବା ୫୮ ଜଣ ଆହତ ଯାତ୍ରୀ ଏସସିବିରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ନେବେ ମମତା। ପରେ ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ଏହାପରେ ମମତା ବାନାର୍ଜୀ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପଶ୍ଚିମବଙ୍ଗର କିଛି ମୃତକଙ୍କୁ ପରିବାରକୁ ଭେଟିବେ।

ଏହା ସହ ମୃତଦେହ ନେବା ପାଇଁ ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ଅନୁଧ୍ୟାନ କରିବେ । ମମତା ବାନାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।