Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଡ଼ାଗୁଡା ବିଦ୍ୟାଳୟ ରେ ଗୁରୁଦିବସ ପାଳନ

ବାଲିଗୁଡା, ତା, ୦୫/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବର୍ଷିୟାନ ଶିକ୍ଷକ କୀର୍ତ୍ତନ ପାତ୍ରଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମହୋଦୟ ନିଜ ସେବା ନିବୃତ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପବିତ୍ର ଗୁରୁଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇବା, ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ଏବଂ ଶିକ୍ଷାର ମହତ୍ତ୍ୱକୁ ସମାଜରେ ପ୍ରଚାର କରିବା ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ