ରାସ୍ତା ସାଜିଛି ବାଧକ ଗ୍ରାମକୁ ପହଞ୍ଚି ପାରିଲାନାହିଁ ଗାଡ଼ି ଭାରରେ ବୁହା ହେଲେ ମହିଳା ରୋଗୀ
ପଟ୍ଟାଙ୍ଗି୧୩/୦୯ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା ସମସ୍ୟା ସମୁଖିନ କରିବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ଏବଂ ପ୍ରଶାସନ କିନ୍ତୁ ନାରା ନାରାରେ ହିଁ ରହିଯାଇଛି ଗ୍ରାମବାସୀ ଙ୍କ ସମସ୍ୟା ସମାଧାନ ହେଉନାହିଁ ନିଜ ଭାଗ୍ୟକୁ ଆଦରି ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଭିତରେ ପଡି ରହିଛନ୍ତି ଓଡ଼ିଶାର ଦୁଇ ଗ୍ରାମ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତ ର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ବାନ୍ଧା ଏବଂ ଝାଙ୍ଗରଗୁଡା ଦୁଇ ଗ୍ରାମ କ୍ଷେତ୍ରରେ । ସୂଚନା ଅନୁଯାଇ ଉକ୍ତ ଦୁଇ ଗ୍ରାମ ମଧ୍ୟରୁ ଝାଙ୍ଗରଗୁଡା ଗ୍ରାମର ଜଣେ ମହିଳା ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଘରେ ପଡି ଥିବା ବେଳେ ଗ୍ରାମକୁ କୈଣସି ଗାଡ଼ି ପହଞ୍ଚି ପାରିନଥିବାରୁ ଶେଷରେ ଗ୍ରାମରୁ ପ୍ରାୟ ୧୦ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତାରେ ପହଞ୍ଚି ସେଠାରୁ ଏକ ଅଟୋ ଯୋଗେ ପଡୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍ ରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ସେପଟେ ଦେଖିବା କୁ ଗଲେ ଗ୍ରାମରେ ବସବାସ କରୁଥିବା ପରିବାର ବର୍ଗ ଆଦିବାସୀ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ଯାହାକି ଖଣ୍ଡିଏ ରାସ୍ତା ପାଇଁ ସ୍ଥାନୀୟ ପ୍ରଶାସନ କୁ ଗୁହାରୀ କରି କୈଣସି ସୁଫଳ ନ ମିଳିବାରୁ ଶେଷରେ ନିଜ ଭାଗ୍ୟ କୁ ଆଦରି ସମସ୍ୟା ଘେରରେ ପଡି ରହିବା ସହ ଜୀବନ ଜାପାନ କରୁଛନ୍ତି । ସେହିପରି ଉକ୍ତ ଗ୍ରାମ ନିକଟରେ ରହିଥିବା ଅନ୍ୟତମ ଗ୍ରାମ ବାନ୍ଧା । ଉକି ଗ୍ରାମରେ ମଧ୍ୟ ଅନୁରୂପ ରାସ୍ତା ଖଣ୍ଡିଏ ନଥିବାରୁ ଖୋଲା ଆକାଶ ତଳେ ପଡି ରହିଥିବା ପରିତ୍ୟକ୍ତ ଏକ କୁଣ୍ଡରୁ ପାଣି ସଂଗ୍ରହ କରି ନିତିଦିନ ବ୍ୟବହାର କରୁଥିବା ବେଳେ ଏହା ଉପରେ ବ୍ଲକ୍ ପ୍ରଶାସନ ର ଦୃଷ୍ଟି ରହିଥିଲେ ମଧ୍ୟ କୈଣସି କାର୍ଯ୍ୟକାରୀ ହୋଇ ପାରୁନାହିଁ । ଆଉ ଶିକ୍ଷା ବ୍ୟବସ୍ଥା ନ କହିବା ଭଲ ହେବ । ଗ୍ରାମରେ ପାଠ ପଢିବା ବୟସର ପିଲାମାନେ ଥିଲେ ମଧ୍ୟ ପାହାଡିଆ ଘଞ୍ଚ ଜଙ୍ଗଲ ରାସ୍ତାରେ ଅଭିଭାବକ ମାନେ ଗ୍ରାମ ଠାରୁ ଦୂରରେ ରହିଥିବା ନିମାଲପାଡୁ କିମ୍ବା ମୁଙ୍ଗରାଗୁମି ଗ୍ରାମରେ ରହିଥିବା ବିଦ୍ୟାଳୟ କୁ ପଠାଇବା ପାଇଁ ସୁରକ୍ଷିତ ମନେ କରୁ ନାହାଁନ୍ତି । ସରକାର ଏବଂ ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ଯଦି ଏହିପରି ସମସ୍ୟା ଉପରେ ଦୃଷ୍ଟି ପକାଇ କିଛି ପଦକ୍ଷେପ ଗ୍ରହଣ କରିବେ ନାହିଁ । ତାହେଲେ ଆମ ଗ୍ରାମ ପାଖରେ ରହିଥିବା ଆନ୍ଧ୍ର ର ଦୁଇ ଗ୍ରାମ ଗୋଟେପାଡୁ ଓ ଗାନାରଗୋଇ ଙ୍କ ସହାୟତାରେ ଆନ୍ଧ୍ର ରାଜ୍ୟର ସାଲୁର୍ ପ୍ରଶାସନ ଏବଂ ବିଧାୟକ ଓ ମନ୍ତ୍ରୀ ସନ୍ଧ୍ୟା ରାନୀ ଙ୍କ ନିକଟରେ ପହଞ୍ଚି ଆମର ଗୁହାରୀ ଜଣାଇବା ସହ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବୁ ବୋଲି ପୁସୁରୁ ନୁକା ରାଜୁ , ହନ୍ତାଳ ଲାଛନା ଓ ପୁସୁରୁ ମାଲାମାଁ ପ୍ରମୁଖ ପ୍ରକାଶ କରିଛନ୍ତି ।

