Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚ କମିଟି ଗଠନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ, କମିରା, ସଂଗ୍ରାମପୁର ଗ୍ରାମପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚ କମିଟି ଗଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିବାବେଳେ ବୀରମହାରାଜପୁର ବ୍ଲକ ବ୍ରାହ୍ମଣ ଏକତା ମଞ୍ଚ ଉପସଭାପତି କିଶୋର ହୋତା ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବରେ ବ୍ଲକ ସଭାପତି ଅକ୍ଷୟ ମିଶ୍ର, ସମ୍ମାନିତ ଅତିଥିଭାବେ ସତ୍ୟଞ୍ଜୀବ ମିଶ୍ର , ଦାମୋଦର ହୋତା, ସତ୍ୟନାରାୟଣ ନାୟକ, ନାରାୟଣ ମିଶ୍ର, ସନ୍ତୋଷ ପୂଜାରୀ , ସୂର୍ଯ୍ୟ ନନ୍ଦ , ଜ୍ଞାନେନ୍ଦ୍ର ତ୍ରିପାଠୀ , ଲଳିତ କର ପ୍ରମୁଖ ଯୋଗଦେଇଥିଲେ l ପିତାମହୁଲ ଗ୍ରାମ ପଞ୍ଚାୟତ ସଭାପତି ଭାବରେ ମଧୁସୂଦନ ପଣ୍ଡା, ଉପସଭାପତି ଗୋପୀନାଥ ପଣ୍ଡା, ସମ୍ପାଦକ ପରମେଶ୍ୱର ପଣ୍ଡl , ସହ ସମ୍ପାଦକ ଶ୍ୟାମ ସୁନ୍ଦର ପଣ୍ଡା , କୋଷାଧକ୍ଷ ସୁଦାମ ପଣ୍ଡା, ସଂଯୋଜକ ଭାବରେ ଲୋକନାଥ ପଣ୍ଡା ମନୋନୀତ ହୋଇଥିଲେ l କମିରା ଗ୍ରାମ ପଞ୍ଚାୟତ ସଭାପତି ଭାବରେ ଧରଣୀଧର ପାଢ଼ୀ, ଉପସଭାପତି ଭାବରେ ହୃଦୟନନ୍ଦ ଷଡ଼ଙ୍ଗୀ, ସମ୍ପାଦକ ଭାବରେ ସବ୍ୟସାଚୀ ଷଡ଼ଙ୍ଗୀ, ସହ ସମ୍ପାଦକ ଭାବରେ ବିଶ୍ୱଜିତ ପାଢ଼ୀ, କୋଷାଧକ୍ଷ ଦୀପକ ପାଢ଼ୀ, ସଂଯୋଜକ ଭାବରେ ସୁଶାନ୍ତ ପୁରୋହିତ ରହିଛନ୍ତି l ସଂଗ୍ରାମପୁର ଗ୍ରାମପଞ୍ଚାୟତ ର ସଭାପତି ବିଦ୍ୟାଧର ପାଢୀ , ଉପସଭାପତି ବିଜୟ ମହାପାତ୍ର, ସମ୍ପାଦକ ରମା ପାଣିଗ୍ରାହୀ, ସହସମ୍ପାଦକ ପ୍ରଭୁଦତ୍ତ ପାଣିଗ୍ରାହୀ , କୋଷାଧକ୍ଷ ଭାବରେ ଦୋଳ ଗୋବିନ୍ଦ ପାଣିଗ୍ରାହୀ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ