Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍‌ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ

ବାଲିଗୁଡ଼ା, ତା. ୧୭/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍‌, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍‌ଧାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି। ସକାଳୁ ବିଭିନ୍ନ କାର୍ଯ୍ୟସ୍ଥଳକୁ ସଫାସୁତରା କରାଯାଇ ସୁନ୍ଦର ଭାବେ ସଜାଯାଇଥିଲା। ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ମେସିନ୍‌, ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମକୁ ମଧ୍ୟ ପୂଜା କରାଯାଇଥିଲା। ଏହି ପୂଜାରେ ଶିଳ୍ପାନୁଷ୍ଠାନର ମାଲିକଙ୍କ ଠାରୁ ଆରମ୍ଭ କରି ଠିକାଦାର, ଶ୍ରମିକ, ଦିନମଜୁରିଆ, ମେକାନିକ୍‌, ଡ୍ରାଇଭର ଓ ବସ୍‌ କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ। କର୍ମଜୀବୀମାନେ ନିଜ ନିଜ କାର୍ଯ୍ୟ ଉପକରଣ ଓ ଯାନବାହନର ସୁରକ୍ଷା ତଥା ଆଗାମୀ ଦିନରେ ସୁଚାରୁ ଭାବେ କାମ କରିବା ପାଇଁ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ମଧ୍ୟ ଅନେକ ସ୍ଥାନରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖାଯାଇଥିଲା। କର୍ମ ଓ କୌଶଳର ଦେବତା ଭଗବାନ ବିଶ୍ୱକର୍ମାଙ୍କ ପୂଜା ମାଧ୍ୟମରେ ଶ୍ରମିକ ଓ କର୍ମଜୀବୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶା ସଞ୍ଚାର ହୋଇଥିବା ପରିଲକ୍ଷିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ