Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା କୁଆଗୋଲା ଗ୍ରାମରୁ ଅଚିହ୍ନା ଯୁବତୀ ଉଦ୍ଧାର: ଘର ଦେବଗଡ଼ ରଜାମୁଣ୍ଡା ବୋଲି କହୁଛନ୍ତି, ପରିବାରକୁ ଖୋଜିବାରେ ସହାୟତା ପାଇଁ ନିବେଦନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କୁଆଗୋଲା ଗ୍ରାମରୁ ଜଣେ ଅସହାୟ ଅଚିହ୍ନା ଯୁବତୀ ଉଦ୍ଧାର ହୋଇଛନ୍ତି। ସେ କେଉଁ ପରିସ୍ଥିତିରେ ଏବଂ କିପରି ଭାବରେ ଏହି ଗ୍ରାମକୁ ଆସିଲେ, ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି। ପଚରାଉଚୁରା କରିବା ପରେ ସେ କେବଳ ତାଙ୍କ ଘର ଦେବଗଡ଼ ଜିଲ୍ଲାର “ରଜାମୁଣ୍ଡା” ବୋଲି କହୁଛନ୍ତି। ତାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ଥିବା ପରି ମନେହେଉଛି। ବର୍ତ୍ତମାନ ସ୍ଥାନୀୟ ଲୋକେ ତାଙ୍କୁ ଖାଦ୍ୟପେୟ ଯୋଗାଇ ସୁରକ୍ଷିତ ରଖିଛନ୍ତି।
ଜନସାଧାରଣଙ୍କୁ ନିବେଦନ:
ଏହି ଯୁବତୀଙ୍କ ଫଟୋ ଓ ଖବରକୁ ବିଶେଷ କରି ଦେବଗଡ଼ ଏବଂ ରଜାମୁଣ୍ଡା ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଯାଉଛି। ଯଦି କୌଣସି ବ୍ୟକ୍ତି ତାଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କୁ ଚିହ୍ନିଥାନ୍ତି, ତେବେ ତୁରନ୍ତ ସ୍ଥାନୀୟ ପ୍ରଶାସନ, ଜମନକିରା ପୋଲିସ କିମ୍ବା କୁଆଗୋଲା ଗ୍ରାମବାସୀଙ୍କ ସହ ଯୋଗାଯୋଗ କରି ଏହି ଅସହାୟ ଯୁବତୀଙ୍କୁ ତାଙ୍କ ପରିବାର ନିକଟରେ ପହଞ୍ଚାଇବାରେ ସହଯୋଗ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories