Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା-ଇବ ଲେଭଲ୍ କ୍ରସିଂର ହେବ ମରାମତି, ୨୫ ତାରିଖ ରାତିରୁ ଗାଡ଼ି ଚଳାଚଳ ବନ୍ଦ, ବିକଳ୍ପ ପଥ ବାଛିବାକୁ ପରାମର୍ଶ

ଇବ୍-ଝାରସୁଗୁଡ଼ା ଲେଭଲ୍ କ୍ରସିଂର ହେବ ମରାମତି, ୨୫ ତାରିଖ ରାତିରୁ ଗାଡ଼ି ଚଳାଚଳ ବନ୍ଦ, ବିକଳ୍ପ ପଥ ବାଛିବାକୁ ପରାମର୍ଶ
ଝାରସୁଗୁଡ଼ା, ୨୩/୯ (ଓଡ଼ିଶା ନ୍ୟୁଜ) ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅନ୍ତର୍ଗତ ହାୱଡା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗର ଇବ୍ ଏବଂ ଝାରସୁଗୁଡ଼ା ସେକ୍ସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ ଗେଟ୍ (ନମ୍ବର ୨୬୦)ର ଜରୁରୀକାଳୀନ ମରାମତି ଓ ନବୀକରଣ କାର୍ଯ୍ୟ ହେବାକୁ ଯାଉଛି। ରେଳ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ସ୍ଥାନରେ ରେଳ ଧାରଣା (ଟ୍ରାକ୍) ଏବଂ ସ୍ଲିପର ବଦଳାଇବା ସହ ଓଭରହଲିଂ କାର୍ଯ୍ୟ କରାଯିବ।
ଏହି କାର୍ଯ୍ୟ ପାଇଁ ଆସନ୍ତା ସେପ୍ଟେମ୍ବର ୨୫ ରାତି ୧୦ଟାରୁ ୨୬ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ (୧୦ ଘଣ୍ଟା ପାଇଁ) ଏହି ଫାଟକ ଦେଇ ସମସ୍ତ ପ୍ରକାର ସଡ଼କ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେଣୁ କରି ଯାତ୍ରୀ ଓ ଯାନବାହାନ ଗୁଡ଼ିକର ସୁଗମ ଯାତାୟାତ ପାଇଁ ନିକଟସ୍ଥ ଚୌକିପଡ଼ା ଲେଭଲ୍ କ୍ରସିଂ (ଫାଟକ ନଂ. ୨୫୯) ଦେଇ ଯିବାକୁ ବିକଳ୍ପ ମାର୍ଗ ଭାବେ ବ୍ୟବସ୍ଥା କରା ଯାଇଛି। ଏହି ସାମୟିକ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଓ ଯାତ୍ରୀ ମାନେ ନିର୍ଦ୍ଧାରିତ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ରେଳ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories