Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାତୃଭୂମି ଓ ମାତୃଭାଷା ପାଇଁ ଉତ୍ସର୍ଗୀକୃତ ଥିଲେ ଗଙ୍ଗାଧର ,ଧୁଡ଼ିପାଲିରେ ମେହେର ଜୟନ୍ତୀରେ ଅତିଥିଙ୍କ ଶ୍ରଦ୍ଧାଞ୍ଜଳି

ଜମନକିରା : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମାସ ବ୍ୟାପି ଜୟନ୍ତୀ ଉତ୍ସବ କ୍ରମରେ ଧୁଡିପାଳି ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଟେଲଙ୍କ ସଭାପତିତ୍ବରେ ମେହେର ସାହିତ୍ୟରେ ଦେଶ ପ୍ରେମ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ,ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଝାରସୁଗୁଡ଼ାର ମଧୁମୟ ସାହିତ୍ୟ ପରିବାରର ସମ୍ପାଦକ ପ୍ରେମ ସାଗର ଦେହେରିଆ ମୁଖ୍ୟବକ୍ତା, କୁଚିଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ କରୁଣାକର କିଷାନ, ଅବସର ପ୍ରାପ୍ତ ଶିକ୍ଷକ ସୁଧାଂଶୁ କୁମାର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ନାଏକ, ସମିତି ସଭ୍ୟା ପ୍ରଭାବତୀ ବେହେରା ଓ ନାଏବ ସରପଞ୍ଚ ଉଷା କାଲୋ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ଗଣ ତାଙ୍କ ଭାଷଣରେ କବିଙ୍କ ମାତୃ ଭାଷା ଓ ମାତୃଭୂମି ପ୍ରେମର ଅତାନ୍ତର ନାହିଁ ବୋଲି କହିବା ସହିତ ତାଙ୍କ ସାହିତ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବର୍ଣ୍ଣନାକୁ ଉଦାହରଣ ସହ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଆୟୋଜନ କମିଟିର ଅଧ୍ୟକ୍ଷ ଇ. ସଞ୍ଜୀବ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରୀ ଗଣ ମେହେର ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଆୟୋଜନ କମିଟି ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ପଟେଲଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବରେ ଛାତ୍ର,ଛାତ୍ରୀଙ୍କ ସହ ପଞ୍ଚାୟତର ତଥା କୁଚିଣ୍ଡା ଉପଖଣ୍ଡର ଶତାଧିକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିବା ଦେଖା ଯାଇଥିଲା। କାର୍ଯ୍ୟକ୍ରମଟିକୁ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ପଟେଲ, ବସନ୍ତ କୁମାର ସାହୁ, ଦ୍ୱିତୀୟା ଷଣ୍ଢ ପ୍ରମୁଖ ଆୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories