Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁଲପାଲି ହାଇସ୍କୁଲରେ ଧୁମଧାମରେ ପାଳିତ ହେଲା ହିନ୍ଦୀ ଦିବସ: ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଜମନକିରା : ସ୍ଥାନୀୟ ମହୁଲପାଲି ହାଇସ୍କୁଲ ପରିସରରେ ଆଜି ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀ ଦିବସ ଥିବା ବେଳେ ଗଣେଶ ପୂଜା ଛୁଟି ଯୋଗୁଁ ଏହାକୁ ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ଗୁରୁବାର ଦିନ ବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜିତ ବିଶେଷ ସଭା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ପୌରୋହିତ୍ୟ କରିବା ସହ ସଭା ପରିଚାଳନା କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ବର୍ଷା ସୁନାନୀ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଦୈନନ୍ଦିନ ଜୀବନ ଓ ଜାତୀୟ ସ୍ତରରେ ହିନ୍ଦୀ ଭାଷାର ଗୁରୁତ୍ୱ ଏବଂ ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଏହି ସମଗ୍ର ସଭା କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସୁପ୍ରିୟା ପଟେଲ, ଶିବାଙ୍ଗିନୀ ଆଟ୍ଟି, ଶିବ କିଷାନ, ତୁଳସୀ ଲାକ୍ରା, ସରୋଜ କିଷାନ, ଆଲୋକ ପଟେଲ, ଗୀତା ସାହୁ, ସଞ୍ଜୟ ଦାସ, ରାହୁଲ ଦେଓ ଏବଂ ଦୋଳ ଗୋବିନ୍ଦ ସେଠୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଉତ୍ସବର ଦ୍ୱିତୀୟ ଚରଣରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ଭାଷଣ, ଆଧୁନିକ ଓ ପାରମ୍ପରିକ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ଏବଂ ଶିକ୍ଷଣୀୟ ନାଟକ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ଅଭିଭାବକମାନଙ୍କ ମନ ମୋହିଥିଲେ। ଶେଷରେ ବିଦ୍ୟାଳୟର ସମସ୍ତ ବିଜେତା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ସଭା ସାଙ୍ଗ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories