Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଜନସମସ୍ୟାକୁ ନେଇ କୁଚିଣ୍ଡାରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ

ଜମନକିରା : କୁଚିଣ୍ଡା ଅଞ୍ଚଳର ଏକାଧିକ ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ଦୀର୍ଘ ଦିନ ଧରି ସ୍ଥାନୀୟ ଜନସାଧାରଣ ଭୋଗୁଥିବା ନାନା ଅସୁବିଧା ପ୍ରତି ପ୍ରଶାସନ ଉଦାସୀନ ରହିଥିବା ଅଭିଯୋଗ କରି ଏହି ପଦକ୍ଷେପ ନିଆଯାଇଛି।
ଅଭିଯୋଗ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଝୁଲେନପୋଲ ବ୍ରିଜ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି। ଅନ୍ୟପଟେ ମହୁଲଡିହି-ଲସା ବ୍ରିଜର ଆପ୍ରୋଚ୍ ରୋଡ୍ କାମ ଅଧପନ୍ତରିଆ ହୋଇ ପଡ଼ିରହିଥିବାରୁ ଯାତାୟାତରେ ଗୁରୁତର ସମସ୍ୟା ଉପୁଜୁଛି। ଏହା ସହିତ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସାଧାରଣ ଲୋକଙ୍କ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ସହ କୃଷି କାର୍ଯ୍ୟ ପାଇଁ ଜଳସେଚନ ବ୍ୟବସ୍ଥା ମଧ୍ୟ ବ୍ୟାହତ ହେଉଛି। କେଦାର ନାଥ ବରିହା, କଂଗ୍ରେସ ବିଧାୟକ ପ୍ରାର୍ଥୀ କହନ୍ତି କି, ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ବ୍ରିଜ୍ କାମ ଅଧାରେ ପଡ଼ିରହିଛି ଏବଂ ବିଦ୍ୟୁତ୍ ସଙ୍କଟ ଚାଷୀ ତଥା ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି। ଏସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ। ଅଖିଳ ପ୍ରତାପ ସିଂ (ନଗର କଂଗ୍ରେସ ସଭାପତି କହନ୍ତି କି, ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ବନ୍ଦ ପାଳନରେ ସହଯୋଗ କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। କଂଗ୍ରେସର ଏହି ବନ୍ଦ ଡାକରା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ଦାବିଗୁଡ଼ିକ ଉପରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories