ଗାଡ଼ି ଚାଳକ ସାବଧାନ; ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇନଥିଲେ ଗଣିବେ ଫାଇନ୍‌; ୨୩ରୁ କଡା କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ବର: ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି। ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ଫାଇନ୍‌। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗେଇ ଗାଡି ଚଳାଉଥିଲେ ସାବଧାନ। ଜୁନ ୨୩ରୁ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନମ୍ବର ପ୍ଲେଟ୍‌ ଲଗାଇନଥିଲେ ରାଜ୍ୟ କର୍ତ୍ତୃପକ୍ଷ ଆଦାୟ କରିବେ ଫାଇନ୍‌। ଇ-ଚାଲାଣ କଟାଯାଇ ୫ ହଜାରରୁ ୧୦ ହଜାର ଜରିମାନା ଆଦାୟ କରାଯିବ ।

ଜୁନ ୨୩ରୁ ଆରମ୍ଭ ହେବ ଏହି ‌ସ୍ବତନ୍ତ୍ର ଅଭିଯାନ। ୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ଗାଡ଼ି ଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ସରକାର ୨୦୨୩ ଫେବ୍ରୁଆରୀ ୨୮ ଯାଏ ସମୟ ଦେଇଥିଲେ । ତଥାପି ଏବେ ବି କିଛି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲଗାଯାଇନଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ଧରିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆସନ୍ତା ୨୩ରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବେ ।

ଜୁନ୍ ୨୩ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଗାଡ଼ି ମାଲିକଙ୍କୁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡ଼ିବ। ମୋଟର ଭେଇକିଲ୍ ଆଇନ୍ ୧୯୮୮ର ଧାରା ୧୯୨ ଅନୁସାରେ ଏହି ଫାଇନ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ।