Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ସୁନା ବିକ୍ରୀ କରି ଲୋକଙ୍କ ହାତରେ ଧରାପଡିଲେ ୨ ଠକ

ଖଡ଼ିଆଳ : ନୂଆପଡା ଜିଲାର ଖଡିଆଳ ଓ ବୋଡ଼େନ ଅଞ୍ଚଳରେ ନକଲି ସୁନାକୁ ନେଇ ଲୋକଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକଙ୍କୁ ଆଜି ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି ଖଡିଆଳ ପୋଲିସକୁ ଜିମା ଦେଇଛନ୍ତି। ଏହି ଦୁଇ ଠକ ନକଲି ମାଳି ଧରି ଲୋକଙ୍କ ନିକଟକୁ ଯାଇ ଠିକା ସଂସ୍ଥାର ଜେସିବି ଗାଡ଼ି ଚାଳକର ପରିଚୟ ଦେଉଥିଲେ। କାର୍ଯ୍ୟ କରୁଥିବା ବେଳେ ମାଟି ତଳୁ ସୁନା ମାଳି ପାଇଥିବା କହି ଲୋକଙ୍କୁ ପ୍ରଲୋଭନ ଦେଖାଇ ଆସୁଥିଲେ। ସେମାନେ କିଛି ଭଳ ସୁନାକୁ ଲୋକଙ୍କ ସମ୍ମୁଖରେ ପରୀକ୍ଷା କରି ନକଲି ସୁନା ଦେଇ ଟଙ୍କା ନେଇ ଫେରାର ହେଉଥିଲେ। ଖଡିଆଳ ଥାନା ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମରେ ଏକ ଦୋକାନ ଖୋଲିଥିବା ପର୍ଶୁରାମ ଦୁରିଆଙ୍କୁ ଗତ ୨୩ ତାରିଖ ଦିନ ଏକ ନକଲି ହାର ମାଳି ଦେଇ ୫ ଲକ୍ଷ ଟଙ୍କା ମଗୁଥିବା ବେଳେ ଶେଷରେ ୧ ଲକ୍ଷ ୨୦ ହଜାର ଟଙ୍କାରେ ଦେଇ ଚାଲି ଯାଇଥିଲେ। ଏହି ହାରକୁ ପର୍ଶୁରାମ ୨୪ ତାରିଖ ଦିନ ପରୀକ୍ଷା କରିବାକୁ ନେଇ ଠକେଇର ଶିକାର ହୋଇଥିବା ଜାଣି ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଅଞ୍ଚଳରେ ବହୁ ଲୋକଙ୍କୁ ଠକିଥିବା ବେଳେ ଆଜି ଏହି ଦୁଇ ଠକଙ୍କୁ ଲୋକେ ଧରି ପୋଲିସର ଜିମା ଦେଇଛନ୍ତି। ଖଡିଆଳ ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ