ଜାତୀୟ କଂଗ୍ରେସ ର ଓଡିଶା ବନ୍ଦ ପାଳନ ବୀରମହାରାଜପୁର ଅଞ୍ଚଳରେ ସ୍ୱତଃପ୍ରବୃତ୍ତ , ଶାନ୍ତି ପୂର୍ଣ୍ଣ ଭାବେ ସମାପନ
ବୀରମହାରାଜପୁର : ପ୍ରଦେଶ କଂଗ୍ରେସ କମିଟି ଡାକରା ରେ 12 ଘଣ୍ଟିଆ ଓଡିଶା ବନ୍ଦ ବୀରମହାରାଜପୁର ଉପଖଣ୍ଡରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ସଫଳ ହୋଇଛି l ପ୍ରଦେଶ କଂଗ୍ରେସ କମିଟି ଏମ ଏମ ଡିଆର, ଭୋଟ ଚୋରି, ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଇସ୍ତଫା ଓ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ପିସିସି ସଭାପତି ଭକ୍ତଚରଣ ଦାସ ଙ୍କ ନିର୍ଦେଶ ରେ ଗୁରୁବାର 12 ଘଣ୍ଟିଆ ବନ୍ଦ ଡାକରା ରେ ବୀରମହାରାଜପୁର ଏହାର ପ୍ରଭାବ ଦେଖାଯାଇଥିଲା l ସକାଳ 6 ଟା ରୁ ଦଳୀୟ କର୍ମୀ ମୁଖ୍ୟ ଛକ ଠାର ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିଥିଲେ l ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଗାଡି ମଟର ବନ୍ଦ ହେବା ସହ ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିବା ବେଳେ ନ୍ୟାୟଳୟ ଗୁଡିକ ଖୋଲା ହୋଇ କାମ ହେଉଥିଲା l ସହରର ସମସ୍ତ ଦୋକାନ, ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, ଏନ ଏ ସି ସଭାପତି ସୁରେଶ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଲବ ସାହୁ, ଯୁବ ନେତା ପ୍ରିୟବ୍ରତ ସାହୁ, ଗରିବ ଦଣ୍ତସେନା, ଗଣେଶ ଚନ୍ଦ, ଦିନବନ୍ଧୁ ମେହେର, ବିକାଶ ପଣ୍ଡା ପ୍ରମୁଖ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସରକାର ବିରୋଧି ନାରା ଦେଇ ବନ୍ଦ ପାଳନ ରେ ଅଂଶଗ୍ରହଣ କରିଥିଲେ l ସେହିପରି ଉଲୁଣ୍ଡା ବ୍ଲକ ସଭାପତି ଙ୍କ ନେତୃତ୍ବରେ ବ୍ଲକ ଅନ୍ତର୍ଗତ ସିଣ୍ଢୋଲ, ଜlଳେlଇ ଆଦିରେ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବେ ପାଳିତ ହୋଇଥିଲା l ସୁବଳୟା ରେ ମଧ୍ୟ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା l ପଞ୍ଚାୟତ କଂଗ୍ରେସ ସଭାପତି ଗୋପାଳ ବେହେରା, ନିରଞ୍ଜନ ନାଏକ, ଯୁଗଳ ମେହେର, ସେନାପତି ସିଂ ପ୍ରମୁଖ ବନ୍ଦ ରେ ନେତୃତ୍ୱ ନେଇ ବନ୍ଦ ପାଳନ କରିଥିଲେ l

