Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବେଦାନ୍ତ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମହିଳା ମୃତ, ସ୍ୱାମୀ ଗୁରୁତର ।

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର-ଟିଟଲାଗଡ଼ ୫୯ ନଂ ରାଜ୍ୟ ରାଜପଥର ମୁଖ୍ୟ ରାସ୍ତାର ରତାଖଣ୍ଡି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡ଼ି ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ପ୍ରାଣହାନି ହୋଇଛି ଏବଂ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ମୃତ ମହିଳା ଜଣକ ନମିତା ଗୌଡ଼ ହୋଇଥିବାବେଳେ, ତାଙ୍କ ଗୁରୁତର ସ୍ୱାମୀ ହେଉଛନ୍ତି ମନୋଜ ଗୌଡ଼।
ସୂଚନା ଅନୁଯାୟୀ, ନମିତା ଓ ତାଙ୍କ ସ୍ୱାମୀ ମନୋଜ ଏକ ସ୍କୁଟିରେ ବଡ଼ମାଲ ଅଭିମୁଖେ ଯାଉଥିଲେ। ସେହି ସମୟରେ ରତାଖଣ୍ଡି ଛକ ନିକଟରେ ବେଦାନ୍ତର ଏକ ଗାଡ଼ି ସେମାନଙ୍କ ସ୍କୁଟିକୁ ଭୟଙ୍କର ଭାବେ ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋରଦାର ଥିଲା ଯେ ସ୍କୁଟିକୁ ଗାଡ଼ିଟି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ନମିତାଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍ୱାମୀ ମନୋଜ ଗୌଡ଼ଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣା ସମ୍ପର୍ଣ୍ଣ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ପରିସ୍ଥିତିକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories