Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସର୍କିଟ ହାଉସ୍‌ରେ କଲେଜ ନିର୍ବାଚନକୁ ନେଇ ଉତ୍ତେଜନା: ବିଜେପି-ବିଜେଡି ମୁହାଁମୁହିଁ, ପରସ୍ପର ବିରୋଧରେ ସାଂଘାତିକ ଅଭିଯୋଗ ।

ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ସର୍କିଟ ହାଉସ୍‌ରେ କଲେଜ ନିର୍ବାଚନ ରାଜନୀତିକୁ ନେଇ ପରିସ୍ଥିତି ସରଗରମ ହୋଇଉଠିଛି। କଲେଜ ନିର୍ବାଚନର ଉଷ୍ମତା କଲେଜ କ୍ୟାମ୍ପସରୁ ବାହାରି ଏବେ ସର୍କିଟ ହାଉସ୍ ପଯ୍ୟନ୍ତ ପହଞ୍ଚିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବିଜେଡି, ବିଜେପି ମଧ୍ୟରେ ତୀବ୍ର ରାଜନୈତିକ ଉତ୍ତେଜନା ଦେଖାଦେଇଛି ।
ଘଟଣାସ୍ଥଳରେ ଉଭୟ ଦଳର ନେତା ଓ କର୍ମୀମାନେ ମୁହାଁମୁହିଁ ହୋଇ ବିଭିନ୍ନ ସ୍ଲୋଗାନ୍ ଦେଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସର୍କିଟ ହାଉସ୍ ପରିସରରେ ବ୍ୟାପକ ପୁଲିସ ଓ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏକ ସରକାରୀ ଅତିଥି ଭବନ ବା ସର୍କିଟ ହାଉସ୍‌କୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ନିଜର ଦଳୀୟ କାର୍ଯ୍ୟାଳୟ କିମ୍ବା ରଙ୍ଗଶାଳା ଭାବେ ବ୍ୟବହାର କରୁଛନ୍ତି । ସେଠାରେ ଏବିଭିପିର ପୋଷ୍ଟର, ବେନର ଏବଂ ଝଣ୍ଡା ଆଦି ରଖାଯିବା ସହ ଶାସକ ଦଳର ଇଙ୍ଗିତରେ ବିରୋଧୀଙ୍କୁ ଭୟଭୀତ କରାଯାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଅନ୍ୟପକ୍ଷରେ, ଏହି ସମଗ୍ର ଘଟଣାକୁ ନେଇ ଉଭୟ ଦଳ ପକ୍ଷରୁ ପରସ୍ପର ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଓ କାଦୁଅଫିଙ୍ଗା ଚାଲିଥିବା ଦେଖିବାକୁ ମିଳିଛି । ପୁଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories