Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗଲପୁର ଡିଗ୍ରୀ କଲେଜରେ ଛାତ୍ର ଉତ୍ତେଜନା; BJD ନେତା ନିହାର ରଞ୍ଜନ ବେହେରାଙ୍କୁ କଡ଼ା ବିରୋଧ ।

ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ରୋଥ ଡିଗ୍ରୀ କଲେଜରେ ଛାତ୍ରସଂସଦ ନିର୍ବାଚନକୁ ନେଇ ନିର୍ବାଚନୀ ମାହୋଲ୍ ସରଗରମ ହୋଇଉଠିଛି। କ୍ୟାମ୍ପସରେ ବହିର୍ଗତ ରାଜନୈତିକ ନେତାଙ୍କ ଦଳୀୟ ହସ୍ତକ୍ଷେପକୁ ନେଇ ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁରୁତର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରସଂସଦ ନିର୍ବାଚନ ଯେତିକି ନିକଟତର ହେଉଛି, ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାହ୍ୟ ରାଜନୈତିକ ନେତାଙ୍କ ସିଧାସଳଖ ହସ୍ତକ୍ଷେପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଲୋଇସିଂହାର ବିଜେଡି ନେତା ନିହାର ରଞ୍ଜନ ବେହେରା କଲେଜ ପରିସରରେ ପହଞ୍ଚିବା ମାତ୍ରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ପ୍ରବଳ ହଙ୍ଗାମା କରିଥିଲେ। ଛାତ୍ରଛାତ୍ରୀମାନେ ଶ୍ରୀ ବେହେରାଙ୍କୁ ସିଧାସଳଖ ବିରୋଧ କରିବା ସହ କ୍ୟାମ୍ପସ ପରିବେଶକୁ ରାଜନୀତିମୁକ୍ତ ରଖିବାକୁ ଦାବି କରିଛନ୍ତି।
ଛାତ୍ରସଂସଦ ନିର୍ବାଚନ ଆବହପ୍ରବାହ ଭିତରେ ବାହ୍ୟ ନେତାଙ୍କ ପ୍ରବେଶକୁ ନେଇ କଲେଜ କ୍ୟାମ୍ପସରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories