Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଲକ୍ଷ୍ମଣ ପଟେଲ ଗିରଫ, କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ କଟଙ୍ଗାପାଣି ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୁଚିଣ୍ଡା ଥାନା ଅନ୍ତର୍ଗତ ଲିଙ୍ଗାପାଲି ଗ୍ରାମର ସ୍ୱର୍ଗତ ଋଷି ପଟେଲଙ୍କ ପୁଅ ତଥା ବର୍ତ୍ତମାନ ଜମନକିରା ଥାନା କଟଙ୍ଗପାଣିରେ ରହୁଥିବା ଲକ୍ଷ୍ମଣ ପଟେଲ (୫୦)।
ମିଳିଥିବା ସୂଚନା ଅନୁଯାୟୀ, ଗତ ୯ ଅକ୍ଟୋବର ରାତି ପ୍ରାୟ ୯ଟା ସମୟରେ ଅଭିଯୁକ୍ତ ଲକ୍ଷ୍ମଣ ପଟେଲ ଜଣଙ୍କ ଘରେ ପଶି ତାଙ୍କ ପୋଷାକ ଟାଣି ଖୋଲିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ପୀଡ଼ିତା ଜଣକ ଏହାର ବିରୋଧ କରି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରୁ ଖସି ପଳାଇବା ସମୟରେ ସେ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଦୁଇ-ତିନି ଥର ପୀଡ଼ିତାଙ୍କୁ ଅନୈତିକ ପ୍ରସ୍ତାବ ଦେଇଥିଲା, ଯାହାକୁ ପୀଡ଼ିତା ଏଡ଼ାଇ ଚାଲିଥିଲେ।
ଏ ନେଇ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଜମନକିରା ପୁଲିସ କେସ୍ ନଂ ୧୭୩/୨୬, ଦଫା ୬୪(୧)/୬୨/୭୪/୭୬/୭୯/୩୯୧(୩) ବିଏନ୍ଏସ୍ (BNS) ଅନୁଯାୟୀ ମାମଲା ରୁଜୁ କରିଥିଲା। ପରେ ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ ପଟେଲଙ୍କୁ ଗିରଫ କରିବା ସହ ଅଦାଲତକୁ ଚାଲାଣ କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories