Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Ramlila Cockroach Effigy: ଦିଲ୍ଲୀରେ ଏଥର ରାବଣ ପୋଡିର ଦୃଶ୍ୟ ଟିକେ ନିଆରା, ରାବଣ ସହ ଜଳିବ ୩୦ ଫୁଟ୍‌ର ବିଶାଳ ଅସରପା!

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ବର୍ଷ ରାମଲୀଳା ଉତ୍ସବରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ କୁଶପୁତ୍ତଳିକା ସହ ଏକ ୩୦ ଫୁଟ୍‌ ଉଚ୍ଚର ବିଶାଳ ଅସରପାର ପ୍ରତିକୃତି ମଧ୍ୟ ଦହନ କରାଯିବ। ରାଜଧାନୀର ପିତମପୁରାରେ ଆୟୋଜିତ ହେଉଥିବା ଏହି ରାମଲୀଳାରେ ଏଭଳି ନିଆରା ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶ୍ରୀ କେଶବ ରାମଲୀଳା କମିଟି ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି।

କମିଟିର କହିବା ଅନୁସାରେ, ଅସରପାର ପ୍ରତିକୃତି ମଇଳା ଓ ଅପରିଷ୍କାର ପରିବେଶର ପ୍ରତୀକ। ଏହାକୁ ଦହନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ାଇବା। ଏହି ପଦକ୍ଷେପକୁ କେନ୍ଦ୍ର ସରକାରଙ୍କ ‘ସ୍ୱଚ୍ଛ ଭାରତ’ ଅଭିଯାନ ଏବଂ ଦିଲ୍ଲୀର ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନ ସହ ଯୋଡ଼ିଛି କମିଟି।

ପ୍ରତିବର୍ଷ ରାମଲୀଳା ଉତ୍ସବରେ ରାବଣ ଦହନ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ଦିଆଯାଏ। ଏଥର ପାରମ୍ପରିକ କୁଶପୁତ୍ତଳିକା ସହ ଅସରପାର ପ୍ରତିକୃତି ଦହନ କରି ସ୍ୱଚ୍ଛତାର ବାର୍ତ୍ତା ଦେବାକୁ ଆୟୋଜକମାନେ ଯୋଜନା କରିଛନ୍ତି। ଏହି ନୂଆ ପଦକ୍ଷେପ ରାମଲୀଳା ଉତ୍ସବକୁ ଏକ ଭିନ୍ନ ପରିଚୟ ଦେବା ସହ ସ୍ୱଚ୍ଛତା ପ୍ରସଙ୍ଗକୁ ଲୋକଙ୍କ ଆଲୋଚନାକୁ ଆଣିବ ବୋଲି କମିଟି ଆଶା ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories