Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସଞ୍ଚ ପରିଦର୍ଶନରେ ଏକଲ ଅଭିଯାନର ସମ୍ଭାଗ ଓ ଅଞ୍ଚଳ ସମିତି ପଦାଧିକାରୀ ।

କଳାହାଣ୍ଡି,୧୬/୧୦
ଭବାନୀପାଟଣା ଅଞ୍ଚଳ ସମିତି ଦ୍ୱାରା କୋକସରା ସଞ୍ଚ ସମିତିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କାଉଡୋଳା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳ ସମିତି ଅଧ୍ୟକ୍ଷା ସୁଶ୍ରୀ ସବିତା ପଟ୍ଟନାୟକଙ୍କ ଅନୁମତିକ୍ରମେ ସଞ୍ଚ ଅଧ୍ୟକ୍ଷ କିଶନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ଭାଗ ସଂରକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ହରିକଥା ଅଞ୍ଚଳ ପ୍ରଭାରୀ ଶ୍ରୀମତୀ ଜ୍ୟୋତି ପ୍ରଧାନ ଏବଂ କୋକସରା ସଞ୍ଚ କି ମା ଶ୍ରୀମତୀ ଜ୍ୟୋତ୍ସ୍ନା ସାହୁ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିସହ ସଞ୍ଚ ସମିତିରୁ ସମ୍ପାଦକ ଜନ୍ମେଜୟ ନାଏକ, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଭବାନୀପାଟଣା ଅଞ୍ଚଳ ସମିତି ଦ୍ୱାରା କୋକସରା ସଞ୍ଚ ସମିତିର ପରିଦର୍ଶନ ବେଳେ ଆୟୋଜିତ ବୈଠକରେ ସଞ୍ଚ ସମିତି ପୂର୍ଣ୍ଣତା , ବିଦ୍ୟାଳୟ ଗ୍ରାମ ସମିତି ପୂର୍ଣ୍ଣାଙ୍ଗ ସହ ବିଦ୍ୟାଳଗୁଡ଼ିକର ସୁପରିଚାଳନା,ପିଲାମାନଙ୍କ ପଞ୍ଚମୁଖୀ ଶିକ୍ଷା,ଆଚାର୍ଯ୍ୟ ମାନଙ୍କ ସ୍ଵାସ୍ଥ୍ୟ ଓ ପରିବାର ଭଲମନ୍ଦ ଦିଗ ଉପରେ ଆଲୋଚନା ହୋଇଥିଲା । ଏଥିସହ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇ ସଞ୍ଚ ସମିତିରେ ଉପସଭାପତି ଭାବରେ ଦେବୀ ପ୍ରସାଦ ସାହୁ, ଶିକ୍ଷା ପ୍ରଭାରୀ ଭାବରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ମହିଳା ପ୍ରଭାରୀ ଭାବରେ ଦୁଲାରୀ ରାଉତ,ଯୁବା ପ୍ରଭାରୀ ଭାବରେ ଗୋଲାପ ନାୟକ, ସତସଙ୍ଗ ପ୍ରଭାରୀ ଭାବରେ ଟିକେମଣି ମାଝୀ ଏବଂ ଗ୍ରାମ ବିକାଶ ପ୍ରଭାରୀ ଭାବରେ ଏକାମ୍ବର ନାୟକ ଓ ଉଦୟନାଥ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବୈଠକ ପରେ ପରେ ବିଦ୍ୟାଳୟ ଗ୍ରାମ ପରିଦର୍ଶନ ସହ ପରିବାର ସଂପର୍କ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories