Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ଦଶରା ଆୟୋଜନ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କମିଟି ର ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୧୬/୧୦
ଆସନ୍ତା ୩୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଅନୁଷ୍ଠିତ ହେବ।କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଘାଟି ତଳେ କେଉଁ ଆବାହନ ମାନ କାଳ ରୁ ପୂଜିତ ହେଉଥିବା ସବୁ ଦେବାଦେବୀ ଙ୍କ ମାମୁଁ ଭାବେ ପୂଜିତ ପ୍ରଭୁ ବୁଢ଼ାରଜା ଙ୍କ ଦଶରା ଅନୁଷ୍ଠିତ ହେବ। ଗୁରୁବାର ଏନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବୁଢ଼ାରଜା କମିଟି ସଦସ୍ୟ ଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ଦଶରା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ବୁଢ଼ାରଜା ଦଶରା ପାଳନ ନେଇ ପ୍ରସ୍ତୁତି ବୈଠକ ବୁଢ଼ାରଜା ମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କ ସଭାପତିତ୍ୱ ରେ ଜିଲ୍ଲା ପରିଷଦ ଉନ୍ନୟନ ବିଭାଗୀୟ ପ୍ରଶାସନିକ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, କମିଟି ସଦସ୍ୟ କୁମୁଦ ଚନ୍ଦ୍ର ପୁଝାରି,ଜିତେନ୍ଦ୍ର ପଣ୍ଡା,ତ୍ରିନାଥ ପ୍ରସନ୍ନ ରାୟ, ମନୋରଞ୍ଜନ ବାଣୁଆ, ସୁରେଶ ସାହୁ,ନକୁଳ ବାଣୁଆ, ପ୍ରଶାନ୍ତ ମୁନି,ଟିକିଚନ୍ଦ୍ର ଧଙ୍ଗଡା ମାଝୀ,ସନ୍ତୋଷ ମାଝୀ,ବି ଭାସ୍କର ରାଓ, ବିଘ୍ନେଶ୍ବର ନାଏକ,ତିଲୋତ୍ତମା ନାଏକ,ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ବୁଢ଼ାରଜା ଦଶରା ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ପ୍ରଶାସନିକ ଅଧିକାରୀ ଙ୍କୁ ସମସ୍ତ ପ୍ରକାର ସହଯୋଗ ସହ ବୁଢ଼ାରଜା ଦଶରା କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କମିଟି ପକ୍ଷରୁ ଜନ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ